ଅରକ୍ଷିତ ହେଉଛି ସେ ଯାହାକୁ ରକ୍ଷା କରିବା ଲାଗି କେହି ନଥାନ୍ତି। ତେଣେ ଦଇବ ବା ଦୈବ ଶବ୍ଦଟି ‘ଦେବତା’ରୁ ଆସିଛି ଯାହାର ଅର୍ଥ ଈଶ୍ବର ବା ଭଗବାନ। ଅତଏବ ‘ଅରକ୍ଷିତକୁ ଦଇବ ସାହା’ ବୋଲି କହିଲେ ଯେଉଁ ବ୍ୟକ୍ତିର କେହି ନାହାନ୍ତି ତା’ ପାଇଁ ଈଶ୍ବର ଅଛନ୍ତି। ସେ ନିଶ୍ଚୟ ତା’କୁ ସହାୟତା ପ୍ରଦାନ କରିବେ। ଏ ଭଳି ଏକ ବିଶ୍ବାସ ପ୍ରାୟ ସବୁଧର୍ମରେ ଦେଖିବାକୁ ମିଳେ ଓ ଏ ନେଇ କେତେ ନା କେତେ କାହାଣୀ ଯୁଗ ଯୁଗ ଧରି ଚଳି ଆସିଛି। ମଣିଷ ନାନା କାରଣରୁ ଅସହାୟ ପାଲଟେ। ମଣିଷର ଅସହାୟତା ସମୟରେ ଯେତେବେଳେ କାହାଠାରୁ କୌଣସି ସାହାଯ୍ୟ ପାଏ ନାହିଁ ନିଜକୁ ଅରକ୍ଷିତ ମନେ କରେ। ମାତ୍ର ସେଇ ପରିସ୍ଥିତିରେ ଯଦି ସେ କୌଣସି ସାହାଯ୍ୟ ଲାଭ କରେ ତା’କୁ ଲାଗେ ଯେ ଏହା ଈଶ୍ବର ବା ଦୈବ ଅଭିପ୍ରେତ। ଏ ଭଳି କଥା ସମାଜପାଇଁ ଜରୁରୀ କାରଣ ଏଥିରେ ରହିଛି ଏକ ଗଠନମୂଳକ ତଥା ଆସ୍ତିସୂଚକ ମନୋଭାବ। ତେଣୁ କେହି କେବେ ବି କୌଣସି ପରିସ୍ଥିତିରେ ନିଃଶେଷିତ ଅନୁଭବ କରିବା ଅନୁଚିତ୍।
କଥା-ଫରୁଆ : ଅରକ୍ଷିତକୁ ଦଇବ ସାହା
Advertisment
Follow Us