ଆଧୁନିକ କାଳରେ ଆଜିକାଲି ହୁଏତ ଗମନାଗମନ କାମରେ ଘୋଡ଼ାଚଢ଼ି ଯିବା ବା ଘୋଡ଼ାଗାଡ଼ି ବ୍ୟବହାର କରିବା ଆଉ ନାହିଁ କହିଲେ ଚଳେ। ଯେଉଁଠି ଅବା ଅଛି ତାହା କେବଳ ଉତ୍ସବାନୁଷ୍ଠାନର ବିଧିରକ୍ଷା ପାଇଁ। ମାତ୍ର ସମୟ ଥିଲା ଯେତେବେଳେ ଘୋଡ଼ାଥିଲା ଯାତାୟତ, ଗମନାଗମନ ଓ ମାଲପରିବହନର ପ୍ରଧାନ ଆଶ୍ରା। ସବୁ ଘୋଡ଼ା ଯେ ତେଜୀୟାନ ବା କର୍ମଠ ସେ କଥା ନୁହେଁ। ଅଳସୁଆ ମଣିଷଙ୍କ ପରି ଅନେକ ଅଳସୁଆ ଘୋଡ଼ା ମଧ୍ୟ ଥାଆନ୍ତି। ଯେଉଁ ଘୋଡ଼ା ଅଳସୁଆ ତା’କୁ କାମରେ ଲଗାଇଲେ ସେ ଥତମତ ହୁଏ, କଷ୍ଟବୋଧ କରେ। ମାତ୍ର ବର୍ଷା ହେବାର ସୂଚନା ଥିଲେ ନିଜେ ଘୋଡ଼ା ଚଢ଼ିବା ଲୋକ ସେଥିରୁ କ୍ଷାନ୍ତ ହୁଅନ୍ତି। ତେଣୁ ସେତେବେଳେ ଘୋଡ଼ାକୁ ଗୋଟାଏ ମଉକା ମିଳିଯାଏ। ସେହିଭଳି କେହି କୌଣସି କାର୍ଯ୍ୟ କରିବାକୁ ଅନିଚ୍ଛକ ଥିବାବେଳେ ଯଦି ଆପେ ଆପେ ସେ କାର୍ଯ୍ୟ କରିବା ଆଉ ଦରକାର ପଡ଼େ ନାହିଁ ସେ କଥାକୁ ଉପଲକ୍ଷ କରି କୁହାଯାଏ- ‘‘ଅଳସୁଆ ଘୋଡ଼ାକୁ ମେଘ ସାହା’’।
କଥା-ଫରୁଆ : ‘ଅଳସୁଆ ଘୋଡ଼ାକୁ ମେଘ ସାହା’
Advertisment
Follow Us