କଥା-ଫରୁଆ : ‘‘ଏକୋଇର ବଳା ବିଶିକେଶନ’’

Advertisment
କଥା-ଫରୁଆ : ‘‘ଏକୋଇର ବଳା ବିଶିକେଶନ’’

ସବୁ ବାପାମାଆଙ୍କର ଆପଣା ଆପଣା ପିଲା ଖୁବ୍‌ ପ୍ରିୟ। ଆଗରୁ ସମାଜରେ ଗୋଟିଏ ଗୋଟିଏ ପରିବାରରେ ଅନେକ ପୁଅ ଝିଅ ଜନ୍ମଗ୍ରହଣ କରୁଥିଲେ। ଏବେ ସମୟ ବଦଳିଛି। କୁହାଯାଉଛି ଯେ ଗୋଟିଏ ସନ୍ତାନ ଯଥେଷ୍ଟ। ମାତ୍ର ଅତୀତରେ ଗୋଟିଏ ପୁଅ ବା ଝିଅ ଘରେ ଥିଲେ ତାହା ଯଥେଷ୍ଟ ହେଉ ନ ଥିଲା। କହୁଥିଲେ- ‘ଗୋଟିଏ ଆଖି, ଆଖି ନୁହେଁ; ଗୋଟିଏ ସାକ୍ଷୀ, ସାକ୍ଷୀ ନୁହେଁ।’ ତେଣୁ ଯାହାର ଗୋଟିଏ ପିଲା ସେ ଅତି ଗେଲବସରରେ ବଢ଼ୁଥିଲା।

ପୁରାଣ କଥା ଅନୁସାରେ ମହାଦାନୀ କର୍ଣ୍ଣଙ୍କର ଥିଲା ଗୋଟିଏ ମାତ୍ର ପୁଅ। ତା’ର ଭଲ ନାମ ବୃଷକେତୁ, ଲୋକମୁଖରେ କିନ୍ତୁ ବିଶିକେଶନ। ଏକଦା ସତ୍ୟରକ୍ଷା କରିବାକୁ ଯାଇ ରାଜା କର୍ଣ୍ଣ ନିଜର ସେଇ ପୁଅକୁ ମାରି ତା’ର ମାଂସ ରାନ୍ଧି କୁଆଡ଼େ ବ୍ରାହ୍ମଣରୂପୀ ବିଷ୍ଣୁଙ୍କୁ ଖାଇବାକୁ ଦେଇଥିଲେ। ସେଥିରେ କର୍ଣ୍ଣଙ୍କର ଦାନୀ ପଣର କଠୋର ପରୀକ୍ଷା କରାଯାଇଥିଲା। ଗୋଟିଏ ବୋଲି ପୁଅ, ହେଲେ ଦାନ କରିବାକୁ ଯାଇ ସେ ଏ ନିର୍ମମ କର୍ମ କରିବାକୁ ପଛାଇ ନଥିଲେ। ପରେ ଅବଶ୍ୟ ବିଷ୍ଣୁଙ୍କ କୃପାରୁ ବିଶିକେଶନ ତା’ର ଜୀବନ ଫେରିପାଇଥିଲା। ହେଲେ ଆଜିଯାଏ ଗୋଟିଏ ମାତ୍ର ପୁଅ ଥିଲେ ଲୋକେ ଆଦରରେ କହନ୍ତି, ‘‘ଏକୋଇର ବଳା ବିଶିକେଶନ।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe