କଥା-ଫରୁଆ : ‘‘ତୁଣ୍ଡବାଇଦ ସହସ୍ରକୋଶ’’

Advertisment
କଥା-ଫରୁଆ : ‘‘ତୁଣ୍ଡବାଇଦ ସହସ୍ରକୋଶ’’

ବାଇଦ ବା ବାଦ୍ୟ, ଯେ କୌଣସି ବାଦ୍ୟଯନ୍ତ୍ର ବା ବାଜାକୁ ବୁଝାଏ। ବାଜା ବାଜିଲେ କ’ଣ ହୁଏ? ତାହା ସମସ୍ତଙ୍କ କାନରେ ପଡ଼େ ଓ ସମସ୍ତେ ଜାଣିପାରନ୍ତି, କେଉଁ ବାଜା ବାଜୁଚି। ହେଲେ ବାଦ୍ୟର ସ୍ବର ଗୋଟିଏ ନିର୍ଦ୍ଦିଷ୍ଟ ସୀମା ଯାଏ ଯାଇପାରେ। ଆଜିକାଲି ସିନା ଆମେ ନୂଆ ବିଚାରରେ ଦୂରତାକୁ କିଲୋମିଟରରେ ମାପୁଛୁ ହେଲେ ଆଗରୁ ଦୂରତାକୁ ମାଇଲ୍‌ରେ ମପାଯାଉଥିଲା। କୋଶେ କହିଲେ ଦୁଇମାଇଲ୍‌ ବା ଆଠହଜାର ହାତ ପରିମିତ ଦୂରତା। କୌଣସି ବାଦ୍ୟର ଶବ୍ଦ କେତେ ଦୂରଯାଏ ଯାଇପାରେ? ବଡ଼ ହେଲେ ଏକ ବା ଦୁଇ କୋଶ। ମାତ୍ର ମୁହଁର କଥା ଯେତେ ଧୀର ଭାବରେ କୁହାଗଲେ ମଧ୍ୟ ଯଦି ସେ କଥାର ବିତରଣ-ଉପଯୋଗୀ କ୍ଷମତା ଥାଏ ତେବେ ତାହା ହଜାର ହଜାର କୋଶ ଯାଏ ବ୍ୟାପି ଯାଇପାରେ। ଏ ପରିକି ମୁହଁର କଥା, ନଈ, ନାଳ, ସାଗର ପାର ହୋଇ ଦୂର ଦେଶକୁ ମଧ୍ୟ ଚାଲିଯାଏ। କୁହାଯାଏ ଯେ ଗାନ୍ଧୀ ମହାତ୍ମାଙ୍କର ବାଣୀ ସ୍ବାଧୀନତା ଆନ୍ଦୋଳନ ବେଳେ ଏତେ ଗୁରୁତ୍ବପୂର୍ଣ୍ଣ ଥିଲା ଯେ ସେତେବେଳେ ଡାକବାଜି ଯନ୍ତ୍ର, ଖବରକାଗଜ ବା ଦୂର ସଞ୍ଚାର ବ୍ୟବସ୍ଥା ଏତେ ବ୍ୟାପକ ନ ଥିଲେ ମଧ୍ୟ ତାହା ତୁଣ୍ଡରୁ ତୁଣ୍ଡ ହୋଇ ହଜାର ହଜାର ମାଇଲ ପ୍ରଚାରିତ ହୋଇ ଯାଉଥିଲା। ବାଇଦ ବଜାଇ ପ୍ରଚାର ହୁଏ ବୋଲି ବିଧି ଅଛି, ମାତ୍ର ଏଇ ତୁଣ୍ଡ ବାଇଦ ଯୋଗଁୁ ସାରା ଭାରତର ବିଭିନ୍ନ ଅଞ୍ଚଳରେ ଗାନ୍ଧୀଜୀ ପହଞ୍ଚି ପାରିଥିଲେ। ସେଥିପାଇଁ କୁହାଯାଏ, ‘‘ତୁଣ୍ଡବାଇଦ ସହସ୍ରକୋଶ’’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe