କଥା-ଫରୁଆ : ‘‘ଧୁଆ ମୂଳା, ଅଧୁଆ ମୂଳା’’

କଥା-ଫରୁଆ : ‘‘ଧୁଆ ମୂଳା, ଅଧୁଆ ମୂଳା’’

ମୂଳା ସାଧାରଣତଃ ଶୀତଋତୁରେ ମିଳେ। ହେଲେ ଆଧୁନିକ ଚାଷପ୍ରଣାଳୀ ଯୋଗୁଁ ଏହା ଏବେ ସବୁ ଋତୁରେ ଉପଲବ୍‌ଧ ହେଲାଣି। ଏହା ଏବେ ପ୍ରାୟ ସବୁଦେଶରେ ଦେଖାଦେଲାଣି। ମୂଳାରେ ଅଧିକ ତନ୍ତୁ ଥିବାରୁ ତା’କୁ କଞ୍ଚାରେ ସାଲାଡ୍‌ କରି ବା ଭଜା କିମ୍ବା ତରକାରିରେ ଉପଯୋଗ କରାଯାଏ। ଏହା ମାଟିରେ ଫଳୁଥିବା ଏକ ଉପକାରୀ ଫସଲ ଓ ବେଶ୍‌ ଲୋକପ୍ରିୟ। ଯେହେତୁ ଏହା ମାଟିରେ ଫଳିଥାଏ ଓ ସଙ୍ଗେ ସଙ୍ଗେ ଆଣି କଞ୍ଚାରେ ବି ଖିଆଯାଏ ତେଣୁ ଏହାକୁ ଧୋଇ ବ୍ୟବହାର କରିବା ଏକ ଜରୁରୀ ଆବଶ୍ୟକତା। ଅଧୁଆ ମୂଳା ବ୍ୟବହାର ଲାଗି ଅନୁପଯୋଗୀ। ଅତଏବ ଧୁଆ ମୂଳା ଉପଯୁକ୍ତ ଓ ଅଧୁଆ ମୂଳା ଅନୁପଯୁକ୍ତ ବୋଲି ସମସ୍ତେ ଜାଣନ୍ତି। ଏ ଦୁଇ ପ୍ରକାରକୁ ଆମେ ଯଦି ମିଶାଇଦେବା ବା ଦୁଇଟିଯାକ ପ୍ରକାରକୁ ସମାନ ବୋଲି କହିବା ତେବେ ଆମର ଉପଯୁକ୍ତ ବିଚାର ନାହିଁ ବୋଲି ବୁଝିବାକୁ ହେବ। ତେଣୁ ଯେଉଁଠି ଉପଯୁକ୍ତ ଓ ଅନୁପଯୁକ୍ତର ବିବେଚନା ନ ଥାଇ ଚୟନ କରାଯାଏ ସେଠାରେ କୁହାଯାଏ- ‘‘ଏଠି କ’ଣ ଠିକ୍‌ ବିଚାର ଅଛି? ଏଠାରେ ତ ଧୁଆ ମୂଳା ଅଧୁଆ ମୂଳା ସମାନ।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe