କଥା-ଫରୁଆ : ଜୀରାରୁ ଶିରା କାଢ଼ିବା

କଥା-ଫରୁଆ : ଜୀରାରୁ ଶିରା କାଢ଼ିବା

କଥାରେ ଅଛି ମଣିଷ ଗୋଟିକେ ପ୍ରକୃତି ଗୋଟିଏ। ସମସ୍ତେ ସବୁକଥା ସହଜରେ ଗ୍ରହଣ କରିପାରନ୍ତି ନାହିଁ। ସବୁକଥାରେ କ’ଣ, କାହିଁକି, କିପରି, କେତେବେଳେ, କେଉଁଠି ପଚାରି ଅଯଥା ବିତର୍କ କରନ୍ତି। ସେଇକଥାକୁ ନେଇ ଏ ରୂଢ଼ି ପ୍ରୟୋଗ ଆମ ଓଡ଼ିଆ ଚଳଣିରେ ଅଛି। ଜୀରା ଏକ ଜରୁରି ରୋଷେଇବାସ ସକାଶେ ଦରକାରୀ ସାମଗ୍ରୀ। ଏହାର ଔଷଧୀୟ ଗୁଣ ମଧ୍ୟ ଅନେକ। ଏ ପଦାର୍ଥଟି ମସଲା ଭାବରେ ଘରେ ଘରେ ବ୍ୟବହୃତ ହୁଏ। ତେଣୁ ଏକ ଦରକାରୀ ପଦାର୍ଥ ଭାବରେ ବେଶ୍‌ ଜଣାଶୁଣା। ଜୀରା ଖୁବ୍‌ ଛୋଟ ଏବଂ ତା’ ଉପରେ ଶିରା ଭଳି ଗାର ମଧ୍ୟ ଥାଏ। ହେଲେ ସେ ଶିରା ବାହାର କରିବା ଅନାବଶ୍ୟକ କାରଣ ସେ ଭଳି ଦେଖାଗଲେ ମଧ୍ୟ ତାହା ପ୍ରକୃତରେ ଶିରା ନୁହେଁ। ଅତଏବ ଯେ କୌଣସି କଥାରେ କେହି ଅଦରକାରୀ ଭାବେ ପ୍ରଶ୍ନ କରି ବିଭିନ୍ନ ଦିଗ ଉପରେ ଆଲୋଚନା କଲେ କୁହାଯାଏ-‘ଏ ଲୋକଟି ଜୀରାରୁ ଶିରା କାଢ଼ୁଛି,’ ଅର୍ଥାତ୍‌ ଅଦରକାରୀ ଅର୍ଥ ଖୋଜିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe