କଥା ଫରୁଆ : ଅକାଳ କୁଷ୍ମାଣ୍ଡ

କଥା ଫରୁଆ : ଅକାଳ କୁଷ୍ମାଣ୍ଡ

କୁଷ୍ମାଣ୍ଡର ଅର୍ଥ ପାଣିକଖାରୁ। ହେଲେ ଯେଉଁ ପାଣି କଖାରୁ ଅସମୟରେ ଫଳିଥାଏ ତାହା ଅଳ୍ପଦିନରେ ଆପେ ପଚି ନଷ୍ଟ ହୋଇଯାଏ। କୁହାଯାଏ ଯେ ମହାଭାରତର ବର୍ଣ୍ଣନା ଅନୁସାରେ ଧୃତରାଷ୍ଟ୍ରଙ୍କ ପତ୍ନୀ ଗାନ୍ଧାରୀ ଅସମୟରେ ଏକ ମାଂସ ପିଣ୍ଡୁଳାକୁ ଜନ୍ମ ଦେଇଥିଲେ, ଯାହା ଦେଖିବାକୁ ଥିଲା କୁ‌ଷ୍ମାଣ୍ଡ ବା ପାଣିକଖାରୁ ପରି। ଉକ୍ତ ମାଂସ ପିଣ୍ଡରୁ ପରେ ଦୁର୍ଯ୍ୟୋଧନ, ଦୁଃଶାସନ ଭଳି ଶହେ ପୁଅ ଜନ୍ମ ନେଇଥିଲେ। ଏହି ପିଲାମାନେ ହିଁ ପରବର୍ତ୍ତୀକାଳରେ ନିଜ ବଂଶନାଶର କାରଣ ପାଲଟିଥିଲେ। ତେଣୁ କୌଣସି କୁଳାଙ୍ଗାର ବା ଅଯୋଗ୍ୟ ସନ୍ତାନକୁ କୁହାଯାଏ ‘‘ଅକାଳ କୁଷ୍ମାଣ୍ଡ’’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe