ଆମେ ସମସ୍ତେ ଜାଣୁ ଯେ ରେଶମ, ପଶମ, କପା ଓ ପଲିଷ୍ଟର୍ରେ କପଡ଼ା ବା କନା ତିଆରି ହୁଏ। ସେଇଥିରୁ ହୁଏ ପୋଷାକ। ସେମିତି ମାଟିରୁ ହୁଏ ଇଟା ଓ ସେଇଥିରେ ଗଢ଼ାହୁଏ କୋଠାଘର। ମାତ୍ର ଆମେ କେବେ ଲୁଗାଯାକ କପା ବା ଘରଯାକ ଇଟା ବୋଲି କହୁନା। ମାତ୍ର ଦରକାର ବେଳେ କେଉଁଠି କାହାର ଅଧିକ ଦୋଷ ତ୍ରୁଟି ଦେଖିଲେ କହୁ ‘‘କମ୍ବଳଯାକ ବାଳ’’, ଅର୍ଥାତ୍ ସେ ଅମୁକ କଥାରେ କେବଳ ଦୋଷ ଭର୍ତ୍ତି ହୋଇ ରହିଛି। କମ୍ବଳ ସାଧାରଣତଃ ମେଣ୍ଢା ଭଳି ପଶୁ ଲୋମରେ ପ୍ରସ୍ତୁତ ହୋଇଥାଏ। ତାହା ଟାଆଁସା ରହିଲେ ବ୍ୟବହାରରେ ଅସୁବିଧା ହୁଏ। ଅତଏବ ଘୋଡ଼େଇ ହେଲେ କଣ୍ଟକଣ୍ଟିଆ ଲାଗୁଥିବା କମ୍ବଳକୁ କେହି ପସନ୍ଦ କରନ୍ତି ନାହିଁ। ସେଥିଲାଗି ଦୋଷ ଦିଅନ୍ତି ସେଥିରେ ବ୍ୟବହୃତ ବାଳକୁ। ବାଳ ହିଁ ଦୋଷୀ। ତେଣୁ କେଉଁ ଆବହମାନକାଳରୁ କୌଣସି କାର୍ଯ୍ୟରେ ସମସ୍ୟା ବା ତ୍ରୁଟି ଭରି ରହିଥିଲେ ଓଡ଼ିଆରେ କୁହାଯାଏ- ‘‘ସେ କଥାର କ’ଣ ଦୋଷ ଦେଖିବା? କମ୍ବଳ ସାରା ତ ବାଳ!’’ ମାନେ ତାହା ଦୋଷ ତ୍ରୁଟିରେ ଭରା।
କଥା-ଫରୁଆ : କମ୍ବଳଯାକ ବାଳ
Advertisment
Follow Us