କଥା-ଫରୁଆ : ଚକୁଳିର ବିନ୍ଧ ଗଣିବା

Advertisment
କଥା-ଫରୁଆ : ଚକୁଳିର ବିନ୍ଧ ଗଣିବା

ଚକୁଳି ପିଠା ଓଡ଼ିଆ ମାନଙ୍କର ଏକ ପ୍ରିୟ ପିଠା। ଏହା ତିଆରି କରିବାକୁ ସହଜ ଓ ଖାଇବାକୁ ସ୍ବାଦିଷ୍ଟ। ସେଥିପାଇଁ କେଉଁ ପ୍ରାଚୀନ କାଳରୁ ଆମ ଲୋକକଥା ‘‘ଟୁଆଁଟୁଇଁ’’ରେ ବାଘମାମୁ ଓ ଚକୁଳିପିଠା କଥା ଖୁବ୍‌ ମଜାଦାର ଢଙ୍ଗରେ ପରିବେଷିତ ହୋଇଛି। ଚକୁଳି ପିଠା ଧଳା ଓ ଗୋଲ୍‌ଗୋଲ୍‌ ଠିକ୍‌ ପୂନେଇଁ ଜହ୍ନପରି। ହେଲେ ତିଆରି ବେଳେ ସେଥିରେ ଆପେ ଆପେ କଣା ବା ବିନ୍ଧ ଉକୁଟି ଆସେ। ସେଥିରେ କେତେ କଣା ଥାଏ ତାହା ଗଣିବାର ଆବଶ୍ୟକତା କ’ଣ? ଚକୁଳି ପିଠା ଖାଇବା ଲାଗି ପ୍ରସ୍ତୁତ କରାଯାଏ। ତା’ ଦେହରେ କେତେଟା ବିନ୍ଧ ଅଛି ତାହା ଗଣିବା ଲାଗି ନୁହେଁ। ତେଣୁ ଚକୁଳିର ମୂଳ ହେଲା ସ୍ବାଦ, ବିନ୍ଧ ନୁହେଁ। ଯେ ସେ ବିନ୍ଧ ଗଣିବା କାମ କରେ ତାହା ଏକ ଅନାବଶ୍ୟକ କାମ। ଅତଏବ ଯେଉଁ ବ୍ୟକ୍ତି ଆବଶ୍ୟକ କଥା ଛାଡ଼ି ଅନାବଶ୍ୟକ କାର୍ଯ୍ୟରେ ମାତିଥାନ୍ତି, ତାଙ୍କୁ କୁହାଯାଏ ସେ ‘‘ଚକୁଳିର ବିନ୍ଧ ଗଣୁଛନ୍ତି।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe