କଥା ଫରୁଆ : ‘‘ଘଣ୍ଟ ଘୋଡ଼ାଇ ରଖିବା’’

Advertisment
କଥା ଫରୁଆ : ‘‘ଘଣ୍ଟ ଘୋଡ଼ାଇ ରଖିବା’’

ଓଡ଼ିଆରେ ଗୋଟେ କଥା ଅଛି ଯେ ବିପଦ ପଡ଼ିଲେ ଲୋକେ ଠାକୁର/ଡାକୁରାଣୀଙ୍କୁ ଘଣ୍ଟ ଘୋଡ଼ାଇ ରଖିବା ପାଇଁ ପ୍ରାର୍ଥନା କରନ୍ତି। ଏମିତି ଶୁଣିଲେ ମନରେ ଆସେ ଘଣ୍ଟ ତ ମଣିଷ ବଜାଏ ହେଲେ ଘଣ୍ଟ ଘୋଡ଼ାଇବା ପାଇଁ ଠାକୁରଙ୍କୁ ନିବେଦନ କରାଯାଏ କାହିଁକି? ଏହା ପଛରେ ଗୋଟେ କାହାଣୀ ଅଛି।

ସାରଳା ମହାଭାରତ ଅନୁସାରେ ଯେଉଁଠି ମହାଭାରତ ଯୁଦ୍ଧ ହୋଇଥିଲା ସେଠାରେ ଗୋଟିଏ ଭରତିଆ ଚଢ଼େଇ ଡିମ୍ବ ଦେଇଥିଲା। ଯୁଦ୍ଧ ହେଲେ ତ ଡିମ୍ବ ନଷ୍ଟ ହୋଇଯିବ! ତେଣୁ ସେ ଈଶ୍ବରଙ୍କୁ ପ୍ରାର୍ଥନା କଲା। ହଠାତ୍‌ ଦେଖାଗଲା ଅଶ୍ବତ୍‌ଥାମା ହାତୀର ଘଣ୍ଟିଟି ଛିଡ଼ାଯାଇ ତା’କୁ ଘୋଡ଼େଇଲା ଭଳି ରହିଛି। ଯୁଦ୍ଧ ପରେ ଘଣ୍ଟି ଆଡ଼େଇ ଦେବାରୁ ପକ୍ଷୀଛୁଆଟି ଉଡ଼ିଗଲା। ସେଇ ଘଣ୍ଟିରୁ ଘଣ୍ଟ। ଲୋକେ କହନ୍ତି, ‘‘ପ୍ରଭୁ! ମୋ ପିଲାଟିକୁ ଘଣ୍ଟ ଘୋଡ଼ାଇ ରଖ’’, ଅର୍ଥ ‘‘ତା’କୁ ସୁରକ୍ଷିତ ରଖ।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe