Samachar Nama
ମଣି ହେଉଛି ମୂଲ୍ୟବାନ ପଥର। ଫଣୀ ହେଉଛି ସାପ। ସାପର ଫଣା ଥିବାରୁ ତା’କୁ ଫଣୀ କୁହାଯାଏ। ତେବେ ସାଧାରଣରେ ଗୋଟିଏ କିମ୍ବଦନ୍ତୀ ରହିଛି ଯେ ଅନେକ ଗୁରୁତ୍ବପୂର୍ଣ୍ଣ ସାପଙ୍କ ମୁଣ୍ଡରେ ମଣି ଥାଏ। ଏବଂ ଏ ମଣି ହେଉଛି ସେ ସାପର ସମସ୍ତ ଶକ୍ତିର ମୂଳ ହେତୁ। ତେଣୁ ସାପର ମୁଣ୍ଡରୁ ଯଦି ମଣିଟିକୁ କାଢ଼ି ନିଆଯାଏ ତେବେ ତା’ର ସମସ୍ତ ଶକ୍ତି ଲୋପପାଏ ଓ ମଣିଟି ଫେରି ପାଇବାକୁ ସେ ବ୍ୟଗ୍ର ହୋଇପଡ଼େ। ପୁରାଣ କାହାଣୀରେ ଏଇଭଳି ମଣି ହରେଇଥିବା ସାପର ବ୍ୟାକୁଳତା କଥା ବର୍ଣ୍ଣିତ ହୋଇଛି। ସେଇଥିପାଇଁ ମଣିଷ ସମାଜରେ କେହି ନିଜର ଅତିପ୍ରିୟ ବସ୍ତୁକୁ ହରାଇ ନିତାନ୍ତ ଅସ୍ଥିର ହେଉଥିଲେ ତାହାକୁ ‘‘ମଣିହରା ଫଣୀ’’ ସହ ତୁଳନା କରାଯାଏ।
Follow Us