ଈଶ୍ୱର ବଡ଼ ଦୟାଳୁ

କଥା କାହାଣୀ - ଜୟକ୍ତଷ୍ଣ ସାହୁ

ଈଶ୍ୱର ବଡ଼ ଦୟାଳୁ

Freepik

ଧନୀ ଲୋକ ଜଣକ ସୁନ୍ଦର ଫଳ ବଗିଚାଟିଏ ତିଆର କରିଥାନ୍ତି। ବଗିଚାର ଦେଖାରଖା ପାଇଁ ଦାୟିତ୍ୱ ଦେଇଥାଆନ୍ତି ଜଣେ ଚାଷୀକୁ। ଜାତି ଜାତି ଫଳରେ ବଗିଚାଟି ହସୁଥାଏ। ଦିନେ ଚାଷୀଟି ଦେଖିଲା ଅନେକ ଜାତିର ଫଳ ପାଚି ଖାଇବା ଯୋଗ୍ୟ ହୋଇଗଲାଣି। ଡାଳିମ୍ବ, କଦଳୀ, ଅମୃତଭଣ୍ଡା ଓ ପିଜୁଳି ଆଦି ଫଳ ଉପରେ ଆଖି ପକାଇ ସେ ଆଗକୁ ଚାଲିଲା।

ହଠାତ୍ ଦେଖିଲା ବରକୋଳି ଗଛରେ ବହୁତ କୋଳି ପାକଳ ହୋଇଯାଇଛି। ସେ ମନେ ମନେ ସ୍ଥିରକଲା କିଛି କୋଳି ତୋଳି ମାଲିକଙ୍କ ପାଖକୁ ନେଲେ ସେ ଭାରି ଖୁସି ହେବେ। ତେଣୁ ବାଛି ବାଛି ଚାଙ୍ଗୁଡ଼ିଏ ଭଲ ବରକୋଳି ମାଲିକଙ୍କ ପାଖକୁ ନେଇକରି ଗଲା। ମାଲିକ ସେତେବେଳକୁ ବାରଣ୍ଡାରେ ଅନ୍ୟମନସ୍କ ଭାବେ ବସି କ’ଣ ଭାବୁଥାନ୍ତି। ଚାଷୀଟି ଚାଙ୍ଗୁଡ଼ିକ କୋଳି ଥୋଇଦେଇ ମାଲିକଙ୍କଠାରୁ ଟିକିଏ ଦୂରରେ ବସି ରହିଲା। ମାଲିକ ଚାଷୀଟି ଆଡ଼କୁ ନଜର ନ ଦେଇ ଗୋଟିଏ ଗୋଟିଏ କୋଳି ଖାଉଥାନ୍ତି। ଯେଉଁ କୋଳିରେ କିଛି ଦାଗ ଲାଗିଥାଏ ତାକୁ ସେ ସାମ୍ନାକୁ ପକାଇ ଦେଉଥାନ୍ତି। ‌ସେତିକିବେଳେ ସେ ଦାଗ ଥିବା କୋଳି ଚାଷୀଟି ଉପରେ ଯାଇ ପଡ଼ୁଥାଏ।

କିଛି ସମୟ ପରେ ମାଲିକ ନିଜର ଭୁଲ ବୁଝିପାରିଲେ। ସେ ଚାଷୀଟିକୁ ପଚାରିଲେ ମୁଁ ତୁମ ଉପରକୁ ଦାଗ ଥିବା କୋଳି ପକାଇଲା ବେଳେ ତୁମେ କାହିଁକି ‘ଈଶ୍ୱର ବଡ଼ ଦୟାଳୁ’ ବୋଲି କହୁଥିଲ? ଚାଷୀଟି ମାଲିକଙ୍କୁ କହିଲା, ‘‘ଆଜ୍ଞା ବଗିଚାରେ ଅନେକ ଫଳ ଯଥା ଡାଳିମ୍ବ, ଅମୃତଭଣ୍ଡା ଓ ପିଜୁଳି ପାକଳ ହୋଇଥିଲା। ଯଦି ସେ ଭଳି ଫଳରୁ ମୁଁ କିଛି ଆଣିଥାଆନ୍ତି ଓ ତାହା ମୋ ଉପରେ ପଡ଼ିଥାଆନ୍ତା ତାହାହେଲେ ମୁଁ ନିଶ୍ଚିତ ଆଘାତ ପାଇଥାଆନ୍ତି। ତେଣୁ ମୁଁ ବରକୋଳି ଆଣିଥିବାରୁ ଈଶ୍ୱରଙ୍କୁ ଧନ୍ୟବାଦ ଦେଉଥିଲି। ପ୍ରକୃତରେ ‘ଈଶ୍ୱର ବଡ଼ ଦୟାଳୁ’।

ମାଲିକ ଚାଷୀଟିର ଈଶ୍ୱରଙ୍କ ପ୍ରତି ଏପରି ଭକ୍ତି ଦେଖି ବହୁତ ଖୁସି ହୋଇଯାଇଥିଲେ ଏବଂ ତା’ର ବୁଦ୍ଧିକି ପ୍ରଶଂସା କରିଥିଲେ।

କପିଳପ୍ରସାଦ,ଭୁବନେଶ୍ବର-୨

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe