ନିତିଦିନ ଆମେ ବ୍ୟବହାର କରୁଥିବା ପ୍ଲାଷ୍ଟିକ୍ ସାମଗ୍ରୀ ଯୋଗୁ ପରିବେଶ ବହୁ ପରିମାଣରେ ପ୍ରଦୂଷିତ ହେଉଛି। ପ୍ଲାଷ୍ଟିକ୍ ସହଜରେ ମାଟିରେ ମିଶୁ ନଥିବାରୁ ଏହା ଭବିଷ୍ୟତ ପିଢ଼ି ପାଇଁ ସମସ୍ୟାର ପାହାଡ଼ ସୃଷ୍ଟି କରୁଛି। ଦିଲ୍ଲୀକୁ ଏହି ପ୍ଲାଷ୍ଟିକ୍ରୁ ମୁକ୍ତ କରିବା ପାଇଁ ସାଉଥ୍ ଦିଲ୍ଲୀ ମ୍ୟୁନିସପାଲ୍ କର୍ପୋରେସନ୍ ପକ୍ଷରୁ ଏକ ଅଭିଯାନ ଆରମ୍ଭ କରାଯାଇଛି। ତା’ର ନାମ ରଖାଯାଇଛି ‘ପ୍ଲାଷ୍ଟିକ୍ ଲାଓ, ଖାନା ଖାଓ’। ସେଥିପାଇଁ ସେଠାରେ ଜାନୁଆରି ୨୩ରେ ଗାର୍ବେଜ୍ କାଫେର ଶୁଭାରମ୍ଭ କରାଯାଇଛି। ସେଠାରେ ପ୍ଲାଷ୍ଟିକ୍ ବର୍ଜ୍ୟ ବଦଳରେ ମାଗଣାରେ ଖାଦ୍ୟ ପ୍ରଦାନ କରାଯାଉଛି। ଯେ କେହି ୧ କିଲୋ ଓଜନର ଖାଲି ପାଣି ବୋତଲ, ପ୍ଲାଷ୍ଟିକ୍ କ୍ୟାନ୍, ଡବା ଆଦି ଦେଇ ଏହି ସୁବିଧା ପାଇପାରିବ। ଏହି ଜିନିଷ ଦେବା ପରେ ତାଙ୍କୁ ଏକ କୁପନ୍ ମିଳିବ। ଯାହାଫଳରେ ସେ ଦିନର ଯେ କୌଣସି ସମୟେର ମିଲ୍ ଖାଇପାରିବେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us