ଖୋଲା ଝରକା : ଅଜବ ଦେଶ

ଖୋଲା ଝରକା : ଅଜବ ଦେଶ

ସାରା ବିଶ୍ବର କ୍ୟାଲେଣ୍ଡରରେ ଏବେ ୨୦୨୦ ମସିହା ଚାଲିଥିବାବେଳେ ଏପରି ଏକ ଦେଶ ଅଛି ଯେଉଁଠାରେ ଆଜି ବି ୨୦୧୨ ମସିହା ଚାଲୁଛି। ଏହି ଦେଶରେ ବର୍ଷକ ବାରମାସ ନୁହେଁ ବରଂ ୧୩ ମାସ ଭାବେ ପ୍ରଚଳିତ। ଦେଶର ନାଁ ଇଥିଓପିଆ। ଆଫ୍ରିକାର ଦ୍ବିତୀୟ ସର୍ବବୃହତ୍‌ ଜନସଂଖ୍ୟା ବିଶିଷ୍ଟ ଦେଶ ହେଉଛି ଇଥିଓପିଆ। ଏହାର କ୍ୟାଲେଣ୍ଡର ସାରା ବିଶ୍ବରୁ ୭ ବର୍ଷ ୩ ମାସ ପଛରେ ରହିଯାଇଛି। ଏଠାରେ ନୂଆ ବର୍ଷ ମଧ୍ୟ ୧ ଜାନୁଆରି ନୁହେଁ ୧୧ ସେପ୍ଟେମ୍ବରରେ ପାଳନ କରାଯାଏ।

ଗ୍ରିଗୋରିୟନ୍‌ କ୍ୟାଲେଣ୍ଡର୍‌ ୧୫୮୨ ମସିହାରେ ତିଆରି ହୋଇଥିଲା। ଏହା ପୂର୍ବରୁ ଜୁଲିୟନ୍‌ କ୍ୟାଲେଣ୍ଡର୍‌ ବ୍ୟବହୃତ ହେଉଥିଲା। ସମସ୍ତ ବିଶ୍ବ ଗ୍ରିଗୋରିୟନ୍‌ କ୍ୟାଲେଣ୍ଡରକୁ ସ୍ବିକାର କରିଥିବାବେଳେ ଇଥିଓପିଆ ସାମିଲ୍‌ ହୋଇ ନଥିଲା। ଏହି କାରଣରୁ ଏଠାରେ କ୍ୟାଲେଣ୍ଡର୍‌ ଏବେ ବି ୨୦୧୨ ମସିହାରେ ରହିଛି। ଏଠାରେ ୧୩ ମାସ ବା ଶେଷ ମାସରେ ମାତ୍ର ୫ରୁ ୬ ଦିନ ରହୁଛି। ଏହି ଅନ୍ତିମ ମାସକୁ ପାଗ୍ୟୁମ୍‌ କୁହାଯାଏ। ଏହା ଏକ ମାତ୍ର ଦେଶ ଯାହା ପାଖରେ ନିଜର ଭାଷା ବା ଲିପି ନାହିଁ। ତେଣୁ ଏଠାରେ ଗିଇଜ୍‌ ଲିପିକୁ ବ୍ୟବହାର କରାଯାଏ। ଭୂପୃଷ୍ଠର ସବୁଠୁ ଉତ୍ତପ୍ତ ସ୍ଥାନ ‘ଡଲୋଲ୍’ ଇଥିଓପିଆରେ ରହିଥିବା ବେଳେ ଏଠାରେ ସବୁବେଳେ ୪୧ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରା ରହେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe