ଖୋଲା ଝରକା : ବରଫ ହୋଟେଲ୍‌

ଖୋଲା ଝରକା : ବରଫ ହୋଟେଲ୍‌

icehotel.com

ସାଧାରଣତଃ ହୋଟେଲ୍‌ଗୁଡ଼ିକ ମଜବୁତ୍‌ କରି ନିର୍ମାଣ କରାଯାଇଥାଏ। ଯାହାଫଳରେ ବର୍ଷ ବର୍ଷ ଧରି ତାହା ସେହିଭଳି ରହିଥାଏ। ହେଲେ ଦୁନିଆରେ ଏଭଳି ହୋଟେଲ୍‌ ଅଛି ଯାହା ପ୍ରତିବର୍ଷ ନିର୍ମାଣ କରାଯାଇଥାଏ। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଏହାକୁ ନିର୍ମାଣ କରାଯାଇ ନଦୀରେ ଭସାଯାଇଥାଏ। ଏହି ହୋଟେଲ୍‌ଟି ସ୍ବିଡେନ୍‌ରେ ରହିଛି ଯାହାର ନାମ ଆଇସ୍‌ ହୋଟେଲ୍‌। ଏହି ଆଇସ୍‌ ହୋଟେଲ୍‌କୁ ସବୁବର୍ଷର ଥଣ୍ଡା ଦିନରେ ନିର୍ମାଣ କରାଯାଇଥାଏ। ଏହା ୫ ମାସ ପରେ ତରଳିଯିବା ସହିତ ନଦୀରେ ବୋହିଯାଏ। ଏହି ନିଆରା ହୋଟେଲ୍‌ ୧୯୮୯ ମସିହାରୁ ନିର୍ମାଣ କରାଯାଉଛି। ପ୍ରାୟ ୩୧ ଥର ଏହି ହୋଟେଲ୍‌ ନିର୍ମାଣ ସରିଛି। ହୋଟେଲ୍‌ ନିର୍ମାଣ ପାଇଁ ନଦୀରୁ ୨୫୦୦ ଟନ୍‌ ବରଫ ବାହାର କରାଯାଇଥାଏ। ଆକ୍ଟୋବର ମାସରୁ ନିର୍ମାଣ କରିବା ଆରମ୍ଭ ହୋଇଥାଏ। ଏହି ଘର ଗୁଡ଼ିକର ତାପମାତ୍ରା ମାଇନସ୍‌ ୫ ଡିଗ୍ରି ରହିଥାଏ। ସୂଚନା ଅନୁସାରେ ପ୍ରତିବର୍ଷ ପ୍ରାୟ ୫୦ ହଜାର ପର୍ଯ୍ୟଟକ ଏଠାକୁ ଆସିଥାଆନ୍ତି। ଭିତରୁ ଓ ବାହାରୁ ଖୁବ୍‌ ସୁନ୍ଦର ଦେଖାଯାଉଥିବା ହୋଟେଲ୍‌ଟି ମେ ମାସ ପର୍ଯ୍ୟନ୍ତ ରହିଥାଏ। ତେଣିକି ଏହା ତରଳିବା ଆରମ୍ଭ କରିଥାଏ। ଏହି ହୋଟେଲ୍‌ରେ ରହିବା ପାଇଁ ଗୋଟିଏ ରାତିକୁ ୧୭ ହଜାର ଟଙ୍କାରୁ ନେଇ ଲକ୍ଷେ ପର୍ଯ୍ୟନ୍ତ ମୂଲ୍ୟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe