ଖୋଲା ଝରକା : ହୋଟେଲ୍‌ରେ ଦଶ ହଜାର ରୁମ୍‌

ଖୋଲା ଝରକା : ହୋଟେଲ୍‌ରେ ଦଶ ହଜାର ରୁମ୍‌

Deutsche Welle

ଜର୍ମାନୀର ବାଲ୍‌ଟିକ୍‌ ସାଗରର ରୁଗେନ୍‌ ଦ୍ବୀପରେ ଏକ ହୋଟେଲ୍‌ ରହିଛି ଯାହା ୮୦ ବର୍ଷ ଧରି ଖାଲି ପଡ଼ିଛି। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ହୋଟେଲ୍‌ରେ ଦଶ ହଜାର କୋଠରି ରହିଛି। କିନ୍ତୁ ଏହାଠାରୁ ଅଧିକ ଆଶ୍ଚର୍ଯ୍ୟ କଥା ହେଉଛି, ଏତେ ବଡ଼ ହୋଟେଲ୍‌କୁ ଏପର୍ଯ୍ୟନ୍ତ କେହି ଆସି ରହିନାହାନ୍ତି। ୧୯୩୬-୩୯ ଭିତରେ ଏହାର ନିର୍ମାଣ ହୋଇଥିଲା। ଏହି ସମୟରେ ଜର୍ମାନୀରେ ହିଟଲର୍‌ଙ୍କ ଆଧିପତ୍ୟ ଚାଲିଥିଲା। ନାଜିମାନେ ଏହି ହୋଟେଲ୍‌କୁ ତିଆରି କରିଥିବା‌େବଳେ ଏଥିପାଇଁ ୯ ହଜାର ଶ୍ରମିକ କାମରେ ଲାଗିଥିଲେ। ସମସ୍ତେ ଏହାକୁ ‘ଦା ପ୍ରୋରା’ ହୋଟେଲ୍‌ କହୁଥିଲେ।

ସମୁଦ୍ରଠାରୁ ମାତ୍ର ୧୫୦ ମିଟର ଦୂରରେ ଅବସ୍ଥିତ ହୋଟେଲ୍‌ଟିକୁ ୮ଟି ଆପାର୍ଟମେଣ୍ଟ୍‌ ଭଳି ଭାଗ କରାଯାଇଛି। ୪.୫ କିଲୋମିଟର ପର୍ଯ୍ୟନ୍ତ ବ୍ୟାପ୍ତ ଏହି ହୋଟେଲ୍‌ରେ ସିନେମାଘରଠାରୁ ଆରମ୍ଭ କରି ଫେଷ୍ଟିଭାଲ୍‌ ହଲ୍‌ ଓ ସ୍ବିମିଂପୁଲ୍‌ର ସୁବିଧା ରହିଛି। ଦୁଃଖର ବିଷୟ ଯେ, ଏପର୍ଯ୍ୟନ୍ତ ହୋଟେଲ୍‌ ସମ୍ପୂର୍ଣ୍ଣ ଭାବେ ତିଆରି ହୋଇପାରିନାହିଁ। ୧୯୩୯ରେ ଦ୍ବିତୀୟ ବିଶ୍ବଯୁଦ୍ଧ ହେବାପରେ ନିର୍ମାଣକାର୍ଯ୍ୟ ଅଧାରୁ ବନ୍ଦ ରହିବା ସହ ଶ୍ରମିକମାନେ ହିଟ୍‌ଲରଙ୍କ ଯୁଦ୍ଧରେ ସାମିଲ୍‌ ହୋଇଥିଲେ। ବିଶ୍ବଯୁଦ୍ଧ ଶେଷ ହେବାପରେ ନିର୍ମାଣ କାର୍ଯ୍ୟ ପୁନର୍ବାର ଆରମ୍ଭ କରିବାକୁ କେହି ବି ଧ୍ୟାନ ଦେଲେ ନାହିଁ। ଯାହାଫଳରେ ଏଯାବତ୍‌ ତାହା ସେପରି ପଡ଼ିରହିଛି। ଏପରି କୁହାଯାଏ ଯେ, ଯଦି ସେ ସମୟରେ ହୋଟେଲ୍‌ଟି ସମ୍ପୂର୍ଣ୍ଣ ତିଆରି ହୋଇପାରିଥାଆନ୍ତା ତେବେ ଏହା ବିଶ୍ବର ସବୁଠୁ ବଡ଼ ହୋଟେଲ୍‌ର ମାନ୍ୟତା ପାଇଥାଆନ୍ତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe