ଖୋଲା ଝରକା : ପୃଥିବୀର ନିର୍ଜନତମ ସ୍ଥାନ

ଖୋଲା ଝରକା : ପୃଥିବୀର ନିର୍ଜନତମ ସ୍ଥାନ

ଗବେଷକମାନେ ପୃଥିବୀରେ ଏକ ଜଳଭାଗ ଠାବ କରିଛନ୍ତି, ଯେଉଁଠି କୌଣସି ପ୍ରକାର ଜୀବଜଗତର ସଙ୍କେତ ନାହିଁ। ବସବାସର ସୀମା ସମ୍ପର୍କରେ ସେମାନେ ଅଧିକ ତଥ୍ୟ ଦେଇପାରି‌େବ ବୋଲି ଆଶାବାଦୀ। ନେଚର୍‌ ଇକୋଲୋଜି ଆଣ୍ଡ୍‌ ଇଭୋଲ୍ୟୁସନ୍‌ ନାମକ ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନ ଅନୁସାରେ, ଇଥିଓପିଆର ଡଲୋଲ ଭୂତାପଜ କ୍ଷେତ୍ରର ଉତ୍ତପ୍ତ, ଲୁଣିଆ ଓ ଉଚ୍ଚମାତ୍ରାର ଅମ୍ଳ ପୋଖରୀରେ କୌଣସି ପ୍ରକାର ସୂକ୍ଷ୍ମ ଜୀବର ଉପସ୍ଥିତି ନାହିଁ ବୋଲି ଗବେଷକମାନେ ଜାଣିବାକୁ ପାଇଛନ୍ତି।

ସ୍ପାନିଶ୍‌ ଫାଉଣ୍ଡେସନ୍‌ ଫର୍‌ ସାଇନ୍ସ୍‌ ଆଣ୍ଡ୍‌ ଟେ‌କ୍ନୋଲୋଜିର ଗବେଷକଙ୍କ ଅନୁସାରେ, ଏହା ନିରନ୍ତର ବିଷାକ୍ତ ଗ୍ୟାସ୍‌ ଉତ୍ପନ୍ନ କରୁଛି ଓ ତୀବ୍ର ଜଳତାପୀୟ ଗତିବିଧି ମଧ୍ୟରେ ଏହାର ପାଣି ଫୁଟୁଛି। ଗବେଷକଙ୍କ ଅନୁସାରେ, ଏହା ଆମ ଗ୍ରହର ଅନ୍ୟତମ ଉଷ୍ମ ପରିବେଶ ଯାହା ଶୀତଦିନେ ଦୈନିକ ତାପମାତ୍ରା ୪୫ ଡିଗ୍ରୀ ସେଲ୍‌ସିୟସ୍‌ରୁ ଅଧିକ। ସେଥିପାଇଁ ଏହାକୁ ସେମାନେ ନିର୍ଜନତମ ସ୍ଥାନ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe