ଖୋଲା ଝରକା : ପ୍ରଥମ ଇଣ୍ଟରପ୍ଲାନେଟାରି ହେଲିକପ୍ଟର୍‌

ଖୋଲା ଝରକା : ପ୍ରଥମ ଇଣ୍ଟରପ୍ଲାନେଟାରି ହେଲିକପ୍ଟର୍‌

ମଙ୍ଗଳ ଗ୍ରହ ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ ବିଭିନ୍ନ ଦେଶର ମହାକାଶବିଜ୍ଞାନୀମାନେ ସେମାନଙ୍କର ଗବେଷଣା ଜାରି ରଖିଛନ୍ତି। ଏ କ୍ଷେତ୍ରରେ ଆଉ ପାଦେ ଆଗେଇବାରେ ସକ୍ଷମ ହୋଇଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’। ଏହି ସଂସ୍ଥା ନିକଟରେ ଏପରି ଏକ ହେଲିକପ୍ଟର ନିର୍ମାଣ କରିବା ସହ ତାହାକୁ ମଙ୍ଗଳ ଗ୍ରହକୁ ପ୍ରେରଣ କରିସାରିଛି। ଚଳିତ ବର୍ଷ ଜୁଲାଇ ୩୦ରେ ‘ନାସା’ ପକ୍ଷରୁ ପ୍ରେରିତ ‘ପ୍ରିଜରଭେନ୍ସ୍‌ ରୋଭର’ ନାମକ ମହାକାଶଯାନରେ ଏହି ପ୍ରଥମ ‘ଇଣ୍ଟରପ୍ଲାନେଟାରି ହେଲିକପ୍ଟର୍‌’କୁ ଉକ୍ତ ଗ୍ରହକୁ ପଠାଯାଇଛି। ୨୦୨୧ ଫେବୃଆରି ୧୮ରେ ଏହି ମହାକାଶଯାନ ମଙ୍ଗଳ ପୃଷ୍ଠରେ ଅବତରଣ କରିବ ବୋଲି ‘ନାସା’ ପକ୍ଷରୁ ସୂଚନା ଦିଆଯାଇଛି। ଏପରି ଇଣ୍ଟରପ୍ଲାନେଟାରି ହେଲିକପ୍ଟର୍‌ ମଙ୍ଗଳ ଗ୍ରହରୁ ନୂତନ ତଥ୍ୟ ସଂଗ୍ରହ କରିବ ବୋଲି ଆଶା ରଖିଛନ୍ତି ‘ନାସା’ର ମହାକାଶବିଜ୍ଞାନୀମାନେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe