କିଛି ନୂଆ ଜିନିଷ ବିଷୟରେ ଜାଣିବା ହେଉ ଅବା ଛୁଇଁବା, ସମସ୍ତଙ୍କୁ ଭଲ ଲାଗେ। ବେଳେ ବେଳେ ଛୁଇଁବାକୁ କିନ୍ତୁ ଡର ଲାଗେ। କାରଣ ଜିନିଷଟି କ୍ଷତି ପହଞ୍ଚାଇବାର ଭୟ ରହିଥାଏ। ଆମେ ବିଭିନ୍ନ ପ୍ରକାରର ଗଛ ଦେଖିଛେ। ସେଥିମଧ୍ୟରୁ କିଛି ଏମିତି ବି ଗଛ ଅଛି ଯେଉଁଥିରେ ବିଷ ରହିଥାଏ। ଏକ ବଗିଚା ଅଛି ଯେଉଁଠାରେ ଅଧିକାଂଶ ବିଷ ଗଛ ଦେଖିବାକୁ ମିଳିବ। ସେ ଗଛ ସବୁ ଛୁଇଁଲେ ମଣିଷ ମରିଯିବ। ଏହା ହେଉଛି ଇଂଲଣ୍ଡର ନର୍ଥୟୁମ୍ବର୍ଲାଣ୍ଡ୍ରେ ଥିବା ‘ଅଲନ୍ୟିକ୍ ପଏଜନ୍ ଗାର୍ଡେନ୍’। ନର୍ଥୟୁମ୍ବର୍ଲାଣ୍ଡ୍ର ରାଣୀ ଏହି ଗାର୍ଡେନ୍କୁ ୧୭୫୦ରେ ତିଆରି କରିଥିଲେ। ସେ ଚାହଁୁଥିଲେ କି ଏହି ଗାର୍ଡେନ୍ ନିଜର ଅଦ୍ବିତୀୟ ବା ନିଆରା ଗୁଣ ପାଇଁ ଜଣାଯିବ। ଏହା କରିବା ପଛରେ ରାଣୀଙ୍କ ଉଦ୍ଦେଶ୍ୟ ଥିଲା ଲୋକମାନେ ମଣିଷର ଜୀବନ ନେବା କ୍ଷମତା ଗଛର ଅଛି ବୋଲି ଜାଣିବା ଦରକାର। ଗଛ, ଜୀବନ ଦେଇପାରେ, ନେଇପାରେ ମଧ୍ୟ।
ଖୋଲା ଝରକା : ବିଷାକ୍ତ ବଗିଚା
Advertisment
Follow Us