ଖୋଲା ଝରକା : ଭୟାବହ ଭାଇରସ୍‌

Advertisment
ଖୋଲା ଝରକା : ଭୟାବହ ଭାଇରସ୍‌

ସାରା ବିଶ୍ବ ଏବେ ଚୀନ୍‌ର କରୋନା ଭାଇରସ୍‌କୁ ନେଇ ଆତଙ୍କିତ ହୋଇପଡ଼ିଛି। ଏହିପରି ବହୁବର୍ଷ ପୂର୍ବରୁ ଭାଇରସ୍‌ କାରଣରୁ ଲୋକେ ନିଜ ଜୀବନ ହାରିଛନ୍ତି। ୧୯୧୮-୧୯୨୦ ଇତିହାସ ପୃଷ୍ଠାକୁ ଲେଉଟାଇଲେ ଜଣାଯାଏ ଯେ, ସାରା ପୃଥିବୀ ଏକ ଭୂତାଣୁ ଜନିତ ସଂକ୍ରମଣ ନେଇ ଖୁବ୍‌ ଭୟଭୀତ ଥିଲା। ଏହି ଭୂତାଣୁ ଦ୍ବାରା ପ୍ରାୟ ଶହେ ମିଲିୟନ୍‌ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ। ସେତେବେଳେ ବିଶ୍ବର ଅଧିକାଂଶ ଦେଶ ପରାଧୀନ ଥିଲା। ୧୯୧୮ରେ ସାରା ବିଶ୍ବରେ ଇନ୍‌ଫ୍ଲୁଏଞ୍ଜା ନାମକ ଏକ ଭାଇରସ୍‌ ବ୍ୟାପିଥିଲା। ଏହାର ନାଁ ସ୍ପାନିସ୍‌ ଫ୍ଲୁ ଥିଲା। ଭାଇରସ୍‌ଟି ଏତେ କ୍ଷତିକାରକ ଥିଲା ଯେ କେବଳ ଯୁକ୍ତରାଷ୍ଟ୍ର ଆମେରିକାରେ ୬ ଲକ୍ଷ ୭୫ ହଜାର ଲୋକଙ୍କ ଜୀବନ ହାନି ହୋଇଥିଲା। ଫିଲାଡେଲ୍‌ଫିଆ ମହାନଗରରେ କେବଳ ୩୬ଟି ଶବ ବାହନ ଥିଲା ସତ କିନ୍ତୁ ହଜାର ହଜାର ଲୋକଙ୍କ ମୃତ୍ୟୁ ହେବା କଥା ଶୁଣାଯାଏ। ସେଥିପାଇଁ ସରକାରଙ୍କ ଦ୍ବାରା ଅସ୍ଥାୟୀ ଭାବେ ଶବଘର ତିଆରି କରାଯାଇଥିଲା। ୧୯୧୮ର ଏହି ରୋଗ ଇତିହାସର ସବୁଠୁ ଘାତକ ମହାମାରୀ ବୋଲି କୁହାଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe