ବିଶ୍ବର ସବୁଠୁ ବଡ଼ ପକ୍ଷୀ ‘କନ୍ଡୋର୍’ ଡେଣା ନ ହଲାଇ ଘଣ୍ଟା ଘଣ୍ଟା ଧରି ଉଚ୍ଚ ଆକାଶରେ ଉଡ଼ିପାରେ। ଏହାର ଡେଣାର ଲମ୍ବ ୧୦ ଫୁଟ। ଓଜନ ପ୍ରାୟ ୩୩ ପାଉଣ୍ଡ୍। ସେଥିପାଇଁ ସର୍ବାଧିକ ଉଚ୍ଚରେ ଉଡ଼ୁଥିବା ବିଶ୍ବର ସବୁଠୁ ବଡ଼ ପକ୍ଷୀର ଗୌରବ ଏହାକୁ ମିଳିଛି। ବୈଜ୍ଞାନିକମାନେ ‘ଡେଲି ଡାଏରିଜ୍’ ନାମକ ଉପକରଣ ସାହାଯ୍ୟରେ ୮ କନ୍ଡୋର୍ ପକ୍ଷୀ ଉଡ଼ିବାବେଳେ ସେମାନଙ୍କ ଡେଣାର ପୂର୍ଣ୍ଣ ଗତିବିଧିକୁ ରେକର୍ଡ କରିଥିଲେ। ୨୫୦ ଘଣ୍ଟାରୁ ଅଧିକ ଉଡ଼ିବା ସମୟର ଅନୁଶୀଳନ କରିଥିଲେ। ଏଥିରୁ ଜାଣିବାକୁ ପାଇଲେ ଯେ କନ୍ଡୋର କେବଳ ଉଡ଼ିବାର ପ୍ରସ୍ତୁତି ସମୟରେ ଡେଣା ହଲାଇଥାଏ। ୮ କନ୍ଡୋର ମଧ୍ୟରୁ ଗୋଟିଏ ଦୀର୍ଘ ୫ଘଣ୍ଟା ଧରି ଡେଣା ନ ହଲାଇ ଉଡ଼ିଥିଲା। ଏହି ସମୟରେ ସେ ପ୍ରାୟ ୧୬୦ କିଲୋମିଟରରୁ ଅଧିକ ଦୂର ଯାତ୍ରା କରିଥିଲା। ଡେଣା ଆଦୌ ନ ଦୋହଲାଇ ଉଡ଼ିବାର ସେମାନଙ୍କ କଳା ବାସ୍ତବରେ ମନମୁଗ୍ଧକର ବୋଲି ଷ୍ଟାନ୍ଫୋର୍ଡ ୟୁନିଭର୍ସିଟିର ପକ୍ଷୀ ଉଡ଼ାଣ ବିଶେଷଜ୍ଞ ଡେଭିଡ୍ ଲେନ୍ଟିନ୍କ କହିଛନ୍ତି।
ଖୋଲା ଝରକା : ଡେଣା ନ ହଲାଇ ୧୬୦ କିମି ଉଡ଼ିପାରେ କନ୍ଡୋର
Advertisment
Follow Us