ଭାରତରେ ସମୁଦାୟ ୮ ହଜାର ରେଳ ଷ୍ଟେସନ୍ ରହିଛି। ଏପରି ଏକ ନିଆରା ଷ୍ଟେସନ୍ ରହିଛି ଯାହାର ନାଁ ନାହିଁ। ଏହି ଷ୍ଟେସନ୍ଟି ପଶ୍ଚିମ ବଙ୍ଗଳାରେ ରହିଛି। ପଶ୍ଚିମ ବଙ୍ଗଳାର ବର୍ଦ୍ଧମାନଠାରୁ ପାଖାପାଖି ୩୫ କିଲୋମିଟର ଦୂରରେ ରହିଛି ଏପରି ଆଶ୍ଚର୍ଯ୍ୟକର ରେଳ ଷ୍ଟେସନ୍। ବାଙ୍କୁରା-ମୈସଗ୍ରାମ ରେଳ ଲାଇନ୍ରେ ଥିବା ଏହି ଷ୍ଟେସନ୍ ଦୁଇଟି ଗାଁ ରୈନା ଓ ରୈନାଗଡ଼ ମଧ୍ୟରେ ରହିଛି। ଆରମ୍ଭରେ ଏହି ରେଳ ରହଣି ସ୍ଥାନକୁ ରୈନାଗଡ଼ ନାଁରେ ଲୋକେ ଜାଣୁଥିଲେ। ମାତ୍ର ରୈନା ଗାଁର ଲୋକଙ୍କୁ ଏକଥା ପସନ୍ଦ ଆସିନଥିଲା କାରଣ ଏହି ଷ୍ଟେସନ୍ ବିଲ୍ଡିଂ ରୈନା ଗାଁ ଉପରେ ହିଁ କରାଯାଇଥିଲା। ରୈନା ଗାଁର ଲୋକଙ୍କ କହିବାନୁସାରେ ଏହି ଷ୍ଟେସନ୍ ନାଁ ରୈନାଗଡ଼ ବଦଳରେ ରୈନା ହେବା ଉଚିତ। ଏକଥାକୁ ନେଇ ଉଭୟ ଗାଁ ମଝିରେ ଝଗଡ଼ା ଆରମ୍ଭ ହୋଇଯାଇଥିଲା। ସେ ସମ୍ପର୍କରେ ରେଳ କର୍ତ୍ତୃପକ୍ଷଙ୍କ ପାଖରେ ଖବର ପହଞ୍ଚିଗଲା। ଝଗଡ଼ା ପରେ ଭାରତୀୟ ରେଳ ଏଠାରେ ଷ୍ଟେସନ୍ ନାଁ ଥିବା ସାଇନ୍ ବୋର୍ଡକୁ ହଟାଇଦେଲେ। ଯାହା ଫଳରେ ବାହାରୁ ଆସୁଥିବା ଯାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଲେ। ମାତ୍ର ଏ ପର୍ଯ୍ୟନ୍ତ ଏହାର କୌଣସି ନାମକରଣ ହୋଇନାହିଁ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us