ଡେଙ୍ଗୁ ମଶା ହେଉଛି ସବୁଠାରୁ ବିଷାକ୍ତ ମଶା। ଏହାଦ୍ବାରା ଜଣଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଯିବା ସହିତ ମୃତ୍ୟୁ ମଧ୍ୟ ହୋଇଥାଏ। ହେଲେ ଡେଙ୍ଗୁ ରୋଗ ସୃଷ୍ଟି କରୁଥିବା ମଶା ଫୁଲ ପ୍ରତି ଅଧିକ ଆକର୍ଷିତ ହୋଇଥାଆନ୍ତି ବୋଲି ଜଣାପଡ଼ିଛି। ଏଭଳି ତଥ୍ୟ ଲୋକଲୋଚନକୁ ଆଣିଛନ୍ତି ୟୁନିଭର୍ସିଟି ଅଫ୍ ଫ୍ଲୋରିଡାର ଡେଙ୍ଗୁ ବିଶେଷଜ୍ଞମାନେ। ସେମାନେ ଏକ ସର୍ଭେରୁ ଜାଣିପାରିଛନ୍ତି ଯେ, ଯେଉଁ ସ୍ଥାନରେ ଫୁଲଗଛ ଅଧିକ ରହିଥାଏ ସେହି ସ୍ଥାନରେ ଡେଙ୍ଗୁ ମଶା ରହିଥାଆନ୍ତି। କେବଳ ସେତିକି ନୁହେଁ ସେଠାରେ ସେମାନେ ନିଜର ବଂଶ ବିସ୍ତାର କରିଥାଆନ୍ତି। ଏହି ସର୍ଭେ ସହ ବୈଜ୍ଞାନିକମାନେ ଏପରି ଏକ ରାସାୟନିକ ତରଳ ପଦାର୍ଥ ପ୍ରସ୍ତୁତ କରିଛନ୍ତି ଯାହାକୁ ଫୁଲଗଛ ଉପରେ ସିଞ୍ଚନ କଲେ ଡେଙ୍ଗୁ ମଶାମାନଙ୍କର ବଂଶବୃଦ୍ଧିକୁ ରୋକି ହେବ।
ଖୋଲା ଝରକା : ଫୁଲ ପ୍ରତି ଆକର୍ଷିତ ହୁଅନ୍ତି ଡେଙ୍ଗୁ ମଶା
Advertisment
Follow Us