ଅଧିକାଂଶ ସମୟ ଟି.ଭି ଦେଖିବା ଦ୍ବାରା ତାହାର ପ୍ରଭାବ ସଂପୃକ୍ତ ବ୍ୟକ୍ତିଙ୍କର ସୃଜନଶୀଳତା ଉପରେ ପଡ଼ିଥାଏ। ଅଧିକାଂଶ ପିଲା କାର୍ଟୁନ୍ ଦେଖିବା ନିଶାରେ ବେଳେବେଳେ ଘଣ୍ଟା ଘଣ୍ଟା ଟି.ଭି ଦେଖିଥାଆନ୍ତି। ଏଭଳି ଅଭ୍ୟାସଦ୍ବାରା ପିଲାଙ୍କର ସୃଜନଶୀଳତା ପ୍ରଭାବିତ ହୋଇଥାଏ। ଇଂଲଣ୍ଡ୍ର ମନୋବିଜ୍ଞାନୀମାନେ ଏ ନେଇ ଏକ ସର୍ଭେ କରିଥିଲେ। ଏହି ସର୍ଭେରେ ପିଲାମାନଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ପିଲାଙ୍କର ସୃଜନଶୀଳତା କମିବା ପଛରେ ଟିଭି ଦେଖିବା ଦାୟୀ ବୋଲି ସେମାନେ ଜାଣିପାରିଥିଲେ। ତେଣୁ ପିଲାମାନଙ୍କୁ ଏଭଳି ଅଭ୍ୟାସରୁ ବିରତ ରଖିବା ପାଇଁ ସେମାନଙ୍କୁ ବିଭିନ୍ନ ପ୍ରକାରର ଗେମ୍ ଖେଳିବାକୁ ମଧ୍ୟ ପ୍ରୋତ୍ସାହନ ଦେବା ଦରକାର ବୋଲି ମନୋବିଜ୍ଞାନୀମାନେ ପରାମର୍ଶ ଦେଇଛନ୍ତି।
ଖୋଲା ଝରକା: ସୃଜନଶୀଳତାକୁ ପ୍ରଭାବିତ କରେ ଟି.ଭି
Advertisment
Follow Us