ଖୋଲା ଝରକା : ଶରୀରରେ ଅମ୍ଳଜାନ ପରିମାଣ

ଖୋଲା ଝରକା : ଶରୀରରେ ଅମ୍ଳଜାନ ପରିମାଣ

apkfab.com

ଆମେ ବଞ୍ଚିବା ପାଇଁ ଅମ୍ଳଜାନର କେତେ ଆବଶ୍ୟକତା ରହିଛି ତାହା କହିବା ବାହୁଲ୍ୟ ମାତ୍ର। ଶରୀରରେ ଏହାର ପରିମାଣ ସନ୍ତୁଳିତ ନ ରହିଲେ ତାହା ଆମ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ଏ ସମ୍ପର୍କରେ ନିକଟରେ ଏକ ରୋଚକ ତଥ୍ୟ ଜଣାପଡ଼ିଛି। ଜଣେ ବ୍ୟକ୍ତିଙ୍କର ଜୀବନଶୈଳୀ ଯଦି ଅସନ୍ତୁଳିତ ରହେ ତେବେ ତାଙ୍କର ଶରୀରରେ ଅମ୍ଳଜାନ ପରିମାଣ ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ଏପରି ବିଷୟବସ୍ତୁକୁ ନେଇ କାଲିଫର୍ଣ୍ଣିଆ ୟୁନିଭର୍ସିଟି ପକ୍ଷରୁ ହୋଇଥିବା ସର୍ଭେରୁ ଏକଥା ଜଣାପଡ଼ିଛି। ଯେଉଁମାନଙ୍କର ଜୀବନଶୈଳୀ ଅସନ୍ତୁଳିତ ଥିଲା ସେମାନଙ୍କର ଶରୀରରେ ଅମ୍ଳଜାନ ପରିମାଣ କିପରି ରହୁଛି ତାହାକୁ ଏହି ବିଶ୍ବବିଦ୍ୟାଳୟର ବିଶେଷଜ୍ଞଙ୍କ ଦ୍ବାରା ତନ୍ନ ତନ୍ନ କରି ତର୍ଜମା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ବ୍ୟକ୍ତିଙ୍କ ଶରୀରରେ ଅମ୍ଳଜାନ ପରିମାଣ ଅସନ୍ତୁଳିତ ରହୁଥିବାର ସେମାନେ ଜାଣିବାକୁ ପାଇଥିଲେ। ତେଣୁ ନିଜ ଜୀବନଶୈଳୀ ଯେମିତି ସନ୍ତୁଳିତ ରହେ ସେଥିପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe