ଖୋଲା ଝରକା: ଆଖି କ୍ୟାନ୍‌ସର୍‌ ପାଇଁ ଇଞ୍ଜେକ୍‌ସନ୍‌

Advertisment
ଖୋଲା ଝରକା: ଆଖି କ୍ୟାନ୍‌ସର୍‌ ପାଇଁ ଇଞ୍ଜେକ୍‌ସନ୍‌

ଦିନକୁ ଦିନ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ନୂଆ ନୂଆ ଚିକିତ୍ସା ପ୍ରଣାଳୀ ଉଦ୍ଭାବନ ହେଉଛି। ତଥାପି କେତେକ ରୋଗ ଆଜି ମଧ୍ୟ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ଭାବରେ ଠିଆ ହୋଇଛି। ନିକଟରେ ଆମେରିକାର କ୍ୟାନ୍‌ସର ବିଜ୍ଞାନୀମାନେ ଏକ ନୂଆ ଇଞ୍ଜେକ୍‌ସନ୍‌ ପ୍ରସ୍ତୁତ କରିଛନ୍ତି। ଏହି ଇ‌ଞ୍ଜେକ୍‌ସନ୍‌ଟି ଆଖି କ୍ୟାନ୍‌ସର ରୋଗୀଙ୍କ ପାଇଁ ବେଶ୍‌ ଲାଭପ୍ରଦ ସାବ୍ୟସ୍ତ ହେବ ବୋଲି ସେମାନେ ମତ ଦେଇଛନ୍ତି। କେବଳ ସେତିକି ନୁହେଁ, ଏହାକୁ ବ୍ୟବହାର କରି ସଫଳତା ମିଳିଛି ବୋଲି ସେମାନେ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଏହି ଇଞ୍ଜେକ୍‌ସନ୍‌ ନେବାକୁ ୦.୨ ଏମ୍‌ଏମ୍‌ ଛୁଞ୍ଚି ବ୍ୟବହାର କରାଯାଇଥାଏ। ଏପରି ଇଞ୍ଜେକ୍‌ସନ୍‌କୁ ପରୀକ୍ଷା କରିବା ସମୟରେ ଏହାର ପରିସରଭୁକ୍ତ ଆଖି କ୍ୟାନ୍‌ସର୍‌ ରୋଗୀଙ୍କୁ ସପ୍ତାହକୁ ଥରେ ତାହା ଦିଆଯାଇଥିଲା। ଆଶ୍ଚର୍ଯ୍ୟଜନକ ଭାବରେ ସେମାନଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ରୋଗୀ କ୍ୟାନ୍‌ସର୍‌ ଯନ୍ତ୍ରଣାରୁ କେତେକାଂଶରେ ଉପଶମ ଲାଭ କରିଥିବାର ଜଣାପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe