ଖୋଲା ଝରକା: ୯୯ ମିଟର ଉଚ୍ଚ କାଠର ପ୍ରାସାଦ

ଖୋଲା ଝରକା: ୯୯ ମିଟର ଉଚ୍ଚ କାଠର ପ୍ରାସାଦ

news.cgtn.com

ଚୀନ୍‌ ଦେଶରେ ଥିବା ଗୁଇଝାଓ ପ୍ରଦେଶର ୟିଙ୍ଗ୍‌ସାନ୍‌ ସହରରେ ୯୯.୯ ମିଟର ଉଚ୍ଚ ବିଶିଷ୍ଟ ଏକ ପ୍ରାସାଦ ରହିଛି। ଯାହା ସମ୍ପୂର୍ଣ୍ଣ କାଠରେ ତିଆରି। ସେହି ବିଶାଳକାୟ ପ୍ରାସାଦକୁ ତିଆରି କରିବାରେ କାରିଗରଙ୍କୁ ପ୍ରାୟ ଦୁଇବର୍ଷ ସମୟ ଲାଗିଥିଲା। ବିଶ୍ବରେ ଅନେକ କାଠରେ ନିର୍ମିତ ପ୍ରାସାଦ ରହିଛି କିନ୍ତୁ ଏହି ପ୍ରାସାଦ ଅଧିକ ଉଚ୍ଚ ହୋଇଥିବା କାରଣରୁ ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲ୍ଡ ରେକର୍ଡରେ ସାମିଲ କରାଯାଇଛି।

ପ୍ରାସାଦ ତିଆରି କରିବାରେ ଦେବଦାରୁ ଓ ପାଇନ୍‌ ଗଛର କାଠ ବ୍ୟବହାର ହୋଇଥିଲା। ଏହା ୨୪ ମହଲା ବିଶିଷ୍ଟ। ପ୍ରାସାଦରେ ମୋଟ୍‌ ୧୫୦ଟି ଗୃହ ରହିଛି। ପ୍ରାସାଦର ତଳ କୋଠରିରେ ଥିବା ଛଅଟି କାନ୍ଥ କାଠରେ ତିଆରି ହୋଇଛି। ଏହା ସହିତ ଏହି ପ୍ରାସାଦ ପ୍ରକୃତି ଅନୁକୂଳ ଅଟେ। ତେବେ ଏହି ପ୍ରାସାଦଟିରେ ରହିବା ପାଇଁ ସରକାର ଏପର୍ଯ୍ୟନ୍ତ କାହାକୁ ଅନୁମତି ଦେଇନାହାନ୍ତି। ପ୍ରତ୍ୟେକ ଦିନ ପ୍ରାୟ ୨ ହଜାରରୁ ଅଧିକ ପର୍ଯ୍ୟଟକ ଏହି ପ୍ରାସାଦକୁ ଦେଖିବାକୁ ଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe