ଖୋଲା ଝରକା: ବହିର ଓଜନ ୧୪୨୦ କେଜି

ଖୋଲା ଝରକା: ବହିର ଓଜନ ୧୪୨୦ କେଜି

ବହିର ଓଜନ ୧୪୨୦ କେଜି। ଏପରି ବିଶାଳକାୟ ପୁସ୍ତକ ପାଇଁ ଚର୍ଚ୍ଚାକୁ ଆସିଛି ଉତ୍ତର ହଙ୍ଗେରୀର କ୍ଷୁଦ୍ର ଗାଁ ସିନପେତ୍ରୀ। ପାରମ୍ପରିକ ପୁସ୍ତକ ପ୍ରସ୍ତୁତି ପ୍ରଣାଳୀର ଉପଯୋଗ କରି ଏହାକୁ ତିଆରି କରିଛନ୍ତି ବେଲା ବର୍ଗା। ଏହାକୁ ପୃଥିବୀର ସବୁଠାରୁ ବଡ଼ ପୁସ୍ତକ ବୋଲି ସେ ଦାବି କରିଛନ୍ତି। ଏହି ବହିର ଲମ୍ବା ୪.୧୮ ମିଟର, ଚଉଡ଼ା ୩.୭୭ ମିଟର। ୩୪୬ ପୃଷ୍ଠା ବିଶିଷ୍ଟ ଏହି ପୁସ୍ତକରେ ଅଞ୍ଚଳର ବାତାବରଣ, ଗୁମ୍ଫା, ଭୌ‌େଗାଳିକସ୍ଥିତି ବିଷୟରେ ଗୁରୁତ୍ବପୂର୍ଣ୍ଣ ସୂଚନା ଦିଆଯାଇଛି।

ପାରମ୍ପରିକ ବୁକ୍‌ ବାଇଣ୍ଡିଂ ଟେକ୍‌ନିକ୍‌କୁ ଉପଯୋଗ କରି ଏଭଳି ବିଶାଳ ପୁସ୍ତକ ତିଆରି କରିଛନ୍ତି ୭୧ ବର୍ଷୀୟା ବେଲା। ଏହାକୁ ରଖିବା ଲାଗି ନିର୍ମାଣ କରାଯାଇଥିବା ଟେବୁଲ୍‌ ମଧ୍ୟ ସ୍ବତନ୍ତ୍ର। ସେହିପରି ବନ୍ଧାଇବା ଲାଗି ବ୍ୟବହୃତ ଗୋରୁ ଚମଡ଼ା ଆର୍ଜେଣ୍ଟିନାରୁ ଅଣାଯାଇଛି। ଏହାର ପ୍ରତି ପୃଷ୍ଠାକୁ ଓଲଟାଇବାକୁ ୬ ଜଣ ଆବଶ୍ୟକ ପଡ଼ନ୍ତି। ଏହାର ଏକ ଛୋଟ କପି ପ୍ରସ୍ତୁତ କରାଯାଇଛି। ଏହାର ଓଜନ ରହିଛି ୧୧ କେଜି। ଭୁଟାନର ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ବର୍ଗାଙ୍କୁ ବିଶେଷ ଉପହାର ଭାବରେ ଚମରି ଗାଈର ଲାଞ୍ଜ ମିଳିଛି। ଭୁଟାନରେ ଏହି ଲାଞ୍ଜକୁ ପବିତ୍ର ପୁସ୍ତକ ସଫା କରିବାରେ ବୌଦ୍ଧ ଭିକ୍ଷୁମାନେ ବ୍ୟବହାର କରିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe