ଖୋଲା ଝରକା: ମଙ୍ଗଳ: କାଚଘରେ ରହିବେ ଲୋକ

ଖୋଲା ଝରକା: ମଙ୍ଗଳ: କାଚଘରେ ରହିବେ ଲୋକ

ZME Science

ମଙ୍ଗଳରେ ଘର କରିବା ପାଇଁ ଯୋଜନା ଜାରି ରହିଛି। ପୃଥିବୀ ସହିତ କେତେକ ସମାନତା ରଖୁଥିବା ଏହି ଗ୍ରହରେ ଜୀବନର ସନ୍ଧାନ ଲାଗି ଦୀର୍ଘ ଦିନ ଧରି ମଣିଷ ନାନା ଗବେଷଣା କରି ଚାଲିଛି। ଅନ୍ୟ ଗ୍ରହରେ ଜୀବନ ଖୋଜୁଥିବା ଏଲନ ମସ୍କ୍‌ ଟୁଇଟ୍‌ କରି କହିଛନ୍ତି ଯେ, ୨୦୫୦ ସୁଦ୍ଧା ମଙ୍ଗଳରେ ଜନବସତି ସ୍ଥାପନ ସମ୍ଭବ। ତେବେ ଳୋକଙ୍କୁ କାଚ ଘରେ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି। ମଙ୍ଗଳରେ ସର୍ବାଧିକ ତାପମାତ୍ରା ମାଇନସ୍‌ ୪୮ ଡିଗ୍ରି ସେଲ୍‌ସିୟସ୍‌ ରହିଥାଏ।

ସେହିପରି ସୂର୍ଯ୍ୟର କ୍ଷତିକାରକ ଅତି ବାଇଗଣି ରଶ୍ମୀକୁ ରୋକିବା ପାଇଁ ଏଠାରେ କୌଣସି ସୁରକ୍ଷା କବଚ ନାହିଁ। ପୃଥିବୀରେ ବାୟୁମଣ୍ଡଳ ଉପର ଭାଗରେ ଥିବା ଓଜୋନସ୍ତର ଏହି କ୍ଷତିକାରକ ରଶ୍ମୀକୁ ଭିତରକୁ ଆସିବାକୁ ଦେଇ ନ ଥାଏ। ମାତ୍ର ମଙ୍ଗଳରେ ଏହା ସମ୍ଭବ ନୁହେଁ। ତେଣୁ ସୁରକ୍ଷା ଦୃଷ୍ଟିରୁ ଲୋକଙ୍କୁ କାଚ ଘରେ ରଖିବା ଶ୍ରେୟସ୍କର ହେବ ବୋଲି ସେ କହିଛନ୍ତି। ମଙ୍ଗଳ ଗ୍ରହର ତାପମାତ୍ରା ବୃଦ୍ଧି ପାଇଁ ସେଠାରେ ଭବିଷ୍ୟତରେ କିଛି ପରମାଣୁ ବୋମା ବିସ୍ଫୋରଣ କରାଯିବାର ଯୋଜନା ରହିଛି। ଏହାଦ୍ବାରା ଅଙ୍ଗାରକାମ୍ଳ ଗ୍ୟାସ୍‌ର ପରିମାଣ ବଢ଼ିବା ଯୋଗୁ ତାପମାତ୍ରାରେ ବୃଦ୍ଧି ସମ୍ଭବ ହୋଇପାରିବ। ଯାହା ମନୁଷ୍ୟର ଜୀବନ ଧାରଣ ଲାଗି ଉପଯୋଗୀ କ୍ଷେତ୍ର ପ୍ରସ୍ତୁତ କରିପାରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe