ଖୋଲା ଝରକା: ଅଣ୍ଡା ବଢ଼େଇବ ସ୍ମରଣ ଶକ୍ତି

ଖୋଲା ଝରକା: ଅଣ୍ଡା ବଢ଼େଇବ ସ୍ମରଣ ଶକ୍ତି

eatbydate.com

ସ୍ମରଣ ଶକ୍ତି ବଢ଼ାଇବାକୁ ହେଲେ ପ୍ରତିଦିନ ଅଣ୍ଡା ଖାଇବାକୁ ପଡ଼ିବ। ଛୋଟ ପିଲାମାନେ ଯଦି ପ୍ରତିଦିନ ଗୋଟିଏରୁ ଦୁଇଟି ଅଣ୍ଡା ଖାଇଥାଆନ୍ତି ସେମାନଙ୍କର ବୁଦ୍ଧି ବଢ଼ିବା ସହିତ ସ୍ମରଣ ଶକ୍ତି ମଧ୍ୟ ବଢ଼ିଥାଏ। ନିକଟରେ ସ୍ମରଣ ଶକ୍ତି ବଢ଼ାଇବାରେ ଅଣ୍ଡାର ଭୂମିକା ଶୀର୍ଷକ ବିଷୟକୁ ନେଇ ୟୁନିଭର୍ସିଟି ଅଫ୍‌ ସିଡ୍‌ନୀର ବିଶେଷଜ୍ଞମାନେ ଏକ ସର୍ଭେ କରିଥିଲେ। ଏହାର ପରିସରଭୁକ୍ତ ପିଲାମାନଙ୍କୁ ପ୍ରତିଦିନ ଗୋଟିଏ ଲେଖାଏଁ ଅଣ୍ଡା ଖାଇବାକୁ ପରାମର୍ଶ ଦିଆଯାଇଥିଲା। ଅପରପକ୍ଷରେ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ଏହାର କି ପ୍ରକାର ପ୍ରଭାବ ସ୍ମରଣ ଶକ୍ତି ଉପରେ ପଡ଼ୁଛି ତାହାକୁ ସେମାନେ ତନ୍ନ ତନ୍ନ କରି ପରୀକ୍ଷା କରିଥିଲେ। ଆଶ୍ଚର୍ଯ୍ୟଜନକ ଭାବରେ ସେମାନଙ୍କ ମଧ୍ୟରୁ କେତେକଙ୍କର ସ୍ମରଣ ଶକ୍ତି ପୂର୍ବାପେକ୍ଷା ଆହୁରି ସକ୍ରିୟ ହେଉଥିବାର ଲକ୍ଷ୍ୟ କରାଯାଇଥିଲା। ଉକ୍ତ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଅଣ୍ଡାରେ ଲ୍ୟୁଟିନ୍‌ ଓ ଜେକ୍କାଥିନ୍‌ ନାମକ ଦୁଇଟି ତତ୍ତ୍ବ ରହିଛି, ଯାହା ସ୍ମରଣ ଶକ୍ତିକୁ ଆହୁରି ସକ୍ରିୟ କରିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe