ସ୍ପେନ୍ର ବୈଜ୍ଞାନିକମାନେ ବ୍ୟାକ୍ଟେରିଆ ସାହାଯ୍ୟେର ନାଳର ଦୂଷିତ ଜଳରୁ ଇନ୍ଧନ ପ୍ରସ୍ତୁତ କରିଛନ୍ତି। ସେମାନେ ନିଜ ଅଧ୍ୟୟନରେ ଦାବି କରିଛନ୍ତି, ବାଇଗଣି ରଙ୍ଗର ବ୍ୟାକ୍ଟେରିଆକୁ ସୂର୍ଯ୍ୟ କିରଣରୁ ଶକ୍ତି ମିଳେ। ତା’ପରେ ଏହାକୁ ପ୍ରେୟାଗ କରି ଦୂଷିତ ଜଳରୁ ହାଇଡ୍ରୋଜେନ୍ ଇନ୍ଧନକୁ ଅଲଗା କରାଯାଏ। ଏହା ଯେ କୌଣସି ଜୈବ ବର୍ଜ୍ୟରୁ ଅଙ୍ଗାରକ ବାହାର କରିପାରେ। ଏହି ସମୟରେ ବିଜୁଳି ଉତ୍ପନ୍ନ ନିମନ୍ତେ ନକଲି ଶକ୍ତି ପ୍ରେୟାଗ କରାଯାଏ। ବ୍ୟାକ୍ଟେରିଆ ଉପରେ ଅଧ୍ୟୟନ କରିଥିବା କିଙ୍ଗ୍ ଜୁଆନ କାର୍ଲୋସ୍ ୟୁନିଭର୍ସିଟିର ବୈଜ୍ଞାନିକଙ୍କ କହିବା ଅନୁସାରେ, ଯେତେବେଳେ ବାଇଗଣି ଫ୍ରୋଟୋଟ୍ରପିକ୍ ବ୍ୟାକ୍ଟେରିଆକୁ ଇଲେକ୍ଟ୍ରିକ୍ କରେଣ୍ଟ୍ ଦିଆଯାଏ, ତାହା ଯେ କୌଣସି ଜୈବ ବର୍ଜ୍ୟରୁ ୧୦୦ ପ୍ରତିଶତ ଅଙ୍ଗାରକ ବାହାର କରେ। ଇତି ମଧ୍ୟରେ ହାଇଡ୍ରୋଜେନ୍ ଗ୍ୟାସ୍ ନିର୍ଗତ ହୁଏ, ଯାହାକୁ ବିଜୁଳି ଉତ୍ପନ୍ନ ପାଇଁ ବ୍ୟବହାର କରାଯାଏ। ବାଇଗଣି ବ୍ୟାକ୍ଟେରିଆ ଦୂଷିତ ଜଳକୁ ଇନ୍ଧନରେ ରୂପାନ୍ତରିତ କରିବାରେ ସକ୍ଷମ ହୁଏ କାରଣ ଏହାର ମେଟାବୋଲିଜିମ୍ ତୀବ୍ର ଅଟେ। ଏହି ବ୍ୟାକ୍ଟେରିଆ ସୂର୍ଯ୍ୟ କିରଣରୁ ଫୋଟୋସିନ୍ଥେସିସ୍ ପ୍ରକ୍ରିୟା ଜରିଆରେ ନିଜର ଖାଦ୍ୟ ପ୍ରସ୍ତୁତ କରେ।
ଖୋଲା ଝରକା: ନାଳ ପାଣିରୁ ଇନ୍ଧନ ଉତ୍ପନ୍ନ କରିବ ବ୍ୟାକ୍ଟେରିଆ
Advertisment
Follow Us