ଖୋଲା ଝରକା: ବେଲୁଗା

ଖୋଲା ଝରକା: ବେଲୁଗା

ବେଲୁଗା ଏକ ସାମାଜିକ ସ୍ତନ୍ୟପାୟୀ ପ୍ରାଣୀ। ଏମାନେ ଦଳଦଳ ହୋଇ ଏକତ୍ର ବାସ କରନ୍ତି। ଦଳବଦ୍ଧ ହୋଇ ଶିକାର କରିବା କିମ୍ବା ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୋଇଥାଆନ୍ତି। ବେଳେ ବେଳେ ଗୋଟିଏ ଦଳରେ ଶତାଧିକ ବେଲୁଗା ମଧ୍ୟ ଦେଖିବାକୁ ମିଳନ୍ତି। ବଲ୍‌ ସଦୃଶ ସେମାନଙ୍କ ମୁଣ୍ଡକୁ ମେଲୋନ ବୋଲି କୁହାଯାଏ। ବେଲୁଗା ନିଜର ମୁଣ୍ଡର ଆକାରକୁ ପରିବର୍ତ୍ତନ କରିପାରେ। ହୁଇସିଲ୍‌ ବଜାଇବାରେ ମଧ୍ୟ ସେ ସକ୍ଷମ। ଏଣୁ ଏମାନଙ୍କୁ ସମୁଦ୍ରର ଗାୟିିକା ବୋଲି କୁହାଯାଏ।

ଉତ୍ତର ମେରୁର ସମୁଦ୍ରରେ ବରଫର ପରିବର୍ତ୍ତନ ଯୋଗୁ ବହୁ ସଂଖ୍ୟକ ବେଲୁଗା ଅନ୍ୟ ସ୍ଥାନକୁ ଯାଆନ୍ତି ଏବଂ ବସନ୍ତ ଋତୁରେ ବରଫ ତରଳିଲେ ଫେରନ୍ତି। ନଦୀ ମୁହାଣରେ ବହୁ ସଂଖ୍ୟକ ବେଲୁଗାଙ୍କୁ ଦେଖିବାକୁ ମିଳନ୍ତି। ଖାଦ୍ୟ ଶୃଙ୍ଖଳର ଉପରିସ୍ତରରେ ବେଲୁଗା ଭଳି ତିମି ରିହିଛନ୍ତି। ଜଳବାୟୁରେ ସାମାନ୍ୟ ପରିବର୍ତ୍ତନ ଘଟିଲେ ଏମାନଙ୍କ ଉପରେ ପ୍ରଭାବ ପଡ଼େ। ହଜାର ହଜାର ବର୍ଷ ପୂର୍ବେ ବିବର୍ତ୍ତନ ଦ୍ବାରା ସାମୁୁଦ୍ରିକ ବରଫରେ ମେରୁ ଅଞ୍ଚଳର ଭାଲୁ, ୱାଲରସ୍‌ ଓ ବେଲୁଗା ଭଳି ପ୍ରାଣୀଙ୍କ ସୃଷ୍ଟି ହୋଇଥିଲା। କିନ୍ତୁ ଜଳବାୟୁର ପରିବର୍ତ୍ତନ ଯୋଗୁ ବରଫ ଚଟାଣ ଦ୍ରୁତବେଗରେ ତରଳିବାରୁ ଏହି ପ୍ରାଣୀର ବଂଶ ପ୍ରଭାବିତ ହୋଇଛି। ଫଳରେ ଏମାନଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe