ଖୋଲା ଝରକା: ସବୁଠୁ ଧିମା ଟ୍ରେନ୍‌

ଖୋଲା ଝରକା: ସବୁଠୁ ଧିମା ଟ୍ରେନ୍‌

ଏମିତି ଏକ ଏକ୍ସ୍‌ପ୍ରେସ୍‌ ଟ୍ରେନ୍‌ ଅଛି, ଯାହା ସାରା ପୃଥିବୀରେ ତା’ର ମନ୍ଥର ଗତି ପାଇଁ ପରିଚିତ। ଏହି ଟ୍ରେନ୍‌ଟି ହେଉଛି ସୁଇଜରଲାଣ୍ଡ୍‌ର ‘ଗ୍ଲାସିୟର୍‌ ଏକ୍ସ୍‌ପ୍ରେସ୍‌’। ଏହି ଟ୍ରେନ୍‌ ଉଚ୍ଚ ବରଫାବୃତ ପାହାଡ଼ରେ ଚାଲିଥାଏ। ଏହା ଜର୍‌ମାଟ୍‌ ଓ ସେଣ୍ଟ୍‌ ମୋରିଜ୍‌ ଷ୍ଟେଶନ୍‌କୁ ଯୋଡ଼ିଥାଏ। ଏହି ଟ୍ରେନ୍‌ ଏତେ ଧିମା ଗତିରେ ଯାଇଥାଏ ଯେ, ୨୯୦ କିମିର ବାଟକୁ ଅତିକ୍ରମ କରିବା ପାଇଁ ତାକୁ ୧୦ ଘଣ୍ଟା ସମୟ ଲାଗେ। ୧୯୩୦ରେ ଏହି ଟ୍ରେନ୍‌ ପ୍ରଥ‌େମ ଯାତ୍ରା କରିଥିଲା। ଆରମ୍ଭରେ ଏହା ଖରାଦିନେ ଚାଲୁଥିଲା। କାରଣ ଶୀତଦିନେ ବରଫ ପାହାଡ଼ ଉପରେ ଯିବା ବିପଦ ଥିଲା ଓ ଲୋକେ ଯିବାକୁ ଭୟ କରୁଥିଲେ। ସେହି ସମୟରେ ଏହି ଟ୍ରେନ୍‌ରେ ଟୟଲେଟ୍‌ ବ୍ୟବସ୍ଥା ବି ନଥିଲା। ଏବେ ଏଥିରେ ଅନେକ ପରିବର୍ତ୍ତନ କରାଯାଇଛି। ଏତେ ଧିମା ଗତିରେ ଯିବା ଗର୍ବର କଥା ନୁହେଁ, କିନ୍ତୁ ଏବେ ଏହି ଟ୍ରେନ୍‌ରେ ଯାତ୍ରା କରିବାର ଅନୁଭୂତିକୁ ସାଉଁଟିବା ଲାଗି ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଆସୁଛନ୍ତି। ଗ୍ଲାସିୟର୍‌ ଏକ୍ସପ୍ରେସ୍‌ରେ ଗଲାବେଳେ ଉଚ୍ଚନୀଚ ପାହାଡ଼ିଆ ରାସ୍ତା ସହ ୯୧ଟି ସୁଡ଼ଙ୍ଗ ଓ ୨୧୯ଟି ପୋଲ ପଡ଼େ। ତେଣୁ ମନ୍ଥର ଗତିରେ ପ୍ରକୃତିର ବିଭିନ୍ନ ଦୃଶ୍ୟକୁ ଉପ‌େଭାଗ କରିବା ପାଇଁ ଏହି ଟ୍ରେନ୍‌ରେ ଯିବାକୁ ଅନେକ ପସନ୍ଦ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe