ଖୋଲା ଝରକା: ଡ୍ରୋନ୍‌ରୁ ହେଲିକପ୍ଟର

ଖୋଲା ଝରକା: ଡ୍ରୋନ୍‌ରୁ ହେଲିକପ୍ଟର

ଲମ୍ବା‌ ଟ୍ରାଫିକ୍‌ର ସମସ୍ୟାରୁ ମୁକୁଳିବା ଲାଗି ଜଣେ ବ୍ୟକ୍ତି ଘରେ ହିଁ ଏକ ମିନି ହେଲିକପ୍ଟର ନିର୍ମାଣ କରିଛନ୍ତି, ଯାହାଦ୍ବାରା ତାଙ୍କୁ ଟ୍ରାଫିକ୍‌ ସମସ୍ୟାରୁ ମୁକ୍ତି ମିଳିଯିବ। ଆଉ ଆରାମରେ ଆକାଶ ମାର୍ଗ‌େର ଉଡ଼ିକି ସେ ଶୀଘ୍ର ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବେ। ଚାଇନାର ଉଦ୍ୟୋଗୀ ଡେଲି ଝାଓ ହେଉଛନ୍ତି ଏହି ହେଲିକପ୍ଟର୍‌ର ନିର୍ମାତା। ଏହାକୁ ସେ ଡ୍ରୋନ୍‌ ସାହାଯ୍ୟରେ ତିଆରି କରିଛନ୍ତି। ଆଉ ଏହାର ନାମ ଦେଇଛନ୍ତି ‘ଆକ୍ଟୋକପ୍ଟର’।

୫.୫୭ ଫୁଟ୍‌ ଲମ୍ବା ଏହି ଆକ୍ଟୋକପ୍ଟର କାର୍ବନ ଫାଇବର୍‌ରେ ତିଆରି। ଏଥିରେ ଡ୍ରୋନ୍‌ର ଚାରୋଟି ମୋଟର୍‌ ଲାଗିଛି। ପ୍ରତ୍ୟେକ ମୋଟର ୧୯ ହଜାର ଭୋଲ୍‌ଟ୍‌ ପାୱାର ଦେଇଥାଏ। ଫଳରେ ଏହା ଉଡ଼ିପାରେ। ଏଥି‌ରେ ୧୨୦ କି.ଗ୍ରା ଓଜନର ଜିନିଷକୁ ଜଣେ ସହଜରେ ନେଇପାରିବ। ଏହାର ଚାରିପଟେ ଏଭଳି ଇଲେକ୍ଟ୍ରିକ୍‌ ଡିଭାଇସ୍‌ ଲାଗିଛି, ଯାହାଦ୍ବାରା ଏହାର ଦିଗ, ଗତି ଓ ଉଚ୍ଚତା ନିର୍ଦ୍ଧାରଣ କରିହୁଏ। ଏହା ମୋଟରକୁ ଚଳାଇବାରେ ବି ସାହାଯ୍ୟ କରିଥାଏ। ଏହା ଉଡ଼ିବା ସମୟରେ ୧୫୦ କି.ଗ୍ରାର ନେଗେଟିଭ ଲିଫ୍ଟ୍‌ ଉତ୍ପନ୍ନ କରିଥାଏ। ଅର୍ଥାତ୍‌ ଉଡ଼ିବା ସମୟରେ ଏହାର ଓଜନ ୧୫୦ କି.ଗ୍ରା ହୋଇଯାଏ। ଫଳରେ ଏହାର ବାଲାନ୍ସ୍‌ ବିଗିଡ଼ି ନ ଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe