ଖୋଲା ଝରକା: ଘାତକ ଛତୁ

Advertisment
ଖୋଲା ଝରକା: ଘାତକ ଛତୁ

ଛତୁ ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ହିତକର ବୋଲି ଆମେ ଜାଣୁ। କିନ୍ତୁ ଏଭଳି ଛତୁ ଅଛି, ଯାହା ଅତ୍ୟନ୍ତ ଭୟଙ୍କର। ନାଁ ପୋଡୋଷ୍ଟ୍ରୋମା କର୍ନୁ-ଡାମା। ଅଷ୍ଟ୍ରେଲିଆର କ୍ବିନ୍‌ସଲ୍ୟାଣ୍ଡ୍‌ରେ ଦେଖାଯାଉଥିବା ଏହି ଛତୁ ଅତ୍ୟନ୍ତ ଘାତକ ଓ ବିଷାକ୍ତ। ଲାଲ୍‌ ରଙ୍ଗର ଏହି ବିଷାକ୍ତ କବକ ମଣିଷ ପାଇଁ ପ୍ରାଣଘାତକ ହୋଇଥାଏ। ଏହାକୁ ଖାଇବା ତ ଦୂରର କଥା, ଛୁଇଁବା ମାତ୍ରେ ଶରୀରରେ ବିଷ ଚରିଯାଏ। ଫଳରେ ବ୍ୟକ୍ତି ରୋଗଗ୍ରସ୍ତ ହୋଇଥାନ୍ତି। ପ୍ରଥମେ ଏହି କବକ ଜାପାନ୍‌ ଓ କୋରିଆ ଭଳି ଦେଶରେ ଦେଖାଯାଉଥିଲା। ଏବେ ଏହା ଅଷ୍ଟ୍ରେଲିଆରେ ମଧ୍ୟ ଦେଖାଯାଉଛି।

୧୮୯୫ ମସିହାରେ ଚୀନ୍‌ରେ ସର୍ବପ୍ରଥମେ ଏହି ବିଷାକ୍ତ କବକ ଆବିଷ୍କୃତ ହୋଇଥିଲା‌। ଏହି କବକ କାରଣରୁ ଜାପାନ୍‌ ଓ ଦକ୍ଷିଣ କୋରିଆରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି। ଲୋକେ ଏହାକୁ ପାରମ୍ପରିକ ଚିକିତ୍ସାରେ ପ୍ରୟୋଗ ହେଉଥିବା ଖାଇବା ଯୋଗ୍ୟ କବକ ମନେ କରି ଚା’ରେ ମିଶାଇ ପିଇଥିଲେ। ଏହାପରେ ସେମାନଙ୍କର ମୃତ୍ୟ ହୋଇଯାଇଥିଲା। ବୈଜ୍ଞାନିକଙ୍କ ସୂଚନା ଅନୁସାରେ ଏହାକୁ ଯଦି କେହି ଭୁଲରେ ଖାଇଦେଲା ତେବେ ତା’ର ଅଙ୍ଗ ଅଚଳ ହୋଇଯାଏ। ଧୀରେ ଧୀରେ ଶରୀର କାମ କରିବା ବନ୍ଦ କରିଦିଏ। ଏହି କବକକୁ ଛୁଇଁବା ମାତ୍ରେ ଶରୀର ଫୁଲିଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe