ଖୋଲା ଝରକା: ଧାନ କ୍ଷେତ ପାଲଟିଛି କାନ୍‌ଭାସ୍‌

ଖୋଲା ଝରକା: ଧାନ କ୍ଷେତ ପାଲଟିଛି କାନ୍‌ଭାସ୍‌

web-japan.org

କାନ୍‌ଭାସ୍‌ ଉପରେ ରଙ୍ଗ ତୂଳୀରେ ଚିତ୍ର ତ ସମସ୍ତେ କରନ୍ତି। କିନ୍ତୁ କିଛି ଲୋକ ସବୁବେଳେ ଚାହାନ୍ତି ନିଜ କଳାର ଯାଦୁକରୀ ଭିନ୍ନ ଭିନ୍ନ ଉପାୟରେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ। ଜାପାନ୍‌, ଇନାକାଡେଟ୍‌ ଗ୍ରାମରେ ଦେଖିବାକୁ ମିଳେ ସେମିତି ଏକ ଭିନ୍ନ ଚିତ୍ର। ଯାହାକି ଧାନକ୍ଷେତରେ କରାଯାଇଥାଏ। ଏହି କାରିଗରୀକୁ ‘ତାନ୍‌ବୋ’ କୁହାଯାଏ। ୧୯୯୩ରେ ଏଠାରେ ପ୍ରଥମ ଧାନ କ୍ଷେତ ଆର୍ଟ ଦେଖିବାକୁ ମିଳିଥିଲା। ବିଭିନ୍ନ ପ୍ରକାରର ଧାନ ଗଛକୁ ବ୍ୟବହାର କରି ଏହି ଆର୍ଟ କରାଯାଇଥାଏ। ବେଶ୍ ବଡ଼ ବଡ଼ ହୋଇଥାଏ ଏହି ଚିତ୍ରକଳା। ଏହାକୁ ତିଆରି କରିବା ପାଇଁ ଏକ ସ୍ବତନ୍ତ୍ର ଜାପାନୀ ପଦ୍ଧତି ବ୍ୟବହାର କରାଯାଏ।

ପ୍ରଥମେ ସେହି କ୍ଷେତକୁ ଭଲଭାବେ ଅନୁଧ୍ୟାନ କରାଯାଏ। ଆଉ କେଉଁ ଚିତ୍ର ସେଥିରେ କରିହେବ ତାହା ‌ଯୋଜନା କରାଯାଏ। ଏହାପରେ ପେଣ୍ଟିଂ ଅନୁଯାୟୀ ଭିନ୍ନ ଭିନ୍ନ ପ୍ରକାରର ଧାନ ଗଛ ଲଗାଯାଏ। ଜାପାନ୍‌ର ଇ‌ନାକାଡେଟ୍‌ରେ ହେଉଥିବା ଏହି ବଡ଼ ବଡ଼ ତାନବୋ ଆର୍ଟରେ ୧୦ ପ୍ରକାରର ଧାନ ଗଛ ଲଗାଯାଏ। ଏହି କାମ ବସନ୍ତ ଋତୁ ଆରମ୍ଭ ତଥା ଖରାଦିନ ଆରମ୍ଭରେ କରାଯାଏ। ଜୁଲାଇ ଅଗଷ୍ଟ ମାସ ବେଳକୁ ଗଛ ବଡ଼ ହୋଇ ପେଣ୍ଟିଂ ପାଲଟିଯାଏ। ଏହି ଦୃଶ୍ୟକୁ ଦେଖିବା ଲାଗି ‌େସଠାରୁ କିଛି ଦୂରରେ ଦେଖି ପାରିବା ଭଳି ପ୍ଲାଟ୍‌ଫର୍ମ ତିଆରି କରାଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe