ଖୋଲା ଝରକା: ହ୍ୱିସିଲ୍‌ ଭି‌ଲେଜ୍‌

Advertisment
ଖୋଲା ଝରକା: ହ୍ୱିସିଲ୍‌ ଭି‌ଲେଜ୍‌

homegrown.co.in

ପୃଥିବୀରେ ଅନେକ ଗାଁ ରହିଛି ଯାହା ସେମାନଙ୍କର କିଛି ବିଶେଷତ୍ୱକୁ ନେଇ ପରିଚୟ ପାଇଛନ୍ତି। ସେମିତି ଏକ ଗାଁ ହେଉଛି ମେଘାଳୟର କାଙ୍ଗଥାଙ୍ଗ ଗାଁ। ଏହି ଗାଁର ବିଶେଷତ୍ୱ ହେଉଛି ଯେ, ଏଠି କେହି କାହାକୁ ନାମ ଧରି ଡାକନ୍ତି ନାହିଁ ବରଂ ହ୍ୱିସିଲ୍‌ ମାରି ଡାକନ୍ତି। ତେଣୁ ଉକ୍ତ ଗାଁ ହ୍ୱିସିଲିଂ ଭିଲେଜ୍‌ ନାମରେ ପରିଚିତ। ଏଠି ଭିନ୍ନ ଭିନ୍ନ ଲୋକଙ୍କୁ ଭିନ୍ନ ଭିନ୍ନ ଟ୍ୟୁନ୍‌ର ହ୍ୱିସିଲ୍‌ ମାରି ଡକାଯାଏ।

publive-image sentinelassam.com

ତେବେ ଏଭଳି ହ୍ୱିସିଲ୍‌ ମାରିବା ପଛରେ ଏକ ସ୍ୱତନ୍ତ୍ର କାହାଣୀ ରହିଛି। କାହାଣୀ ଅନୁସାରେ ଗାଁର ଜଣେ ବ୍ୟକ୍ତି ଶତ୍ରୁଙ୍କଠାରୁ ଜୀବନ ବଞ୍ଚାଇ ଦୌଡ଼ିବା ସମୟରେ ଏକ ଗଛ ଉପରେ ଚଢ଼ି ଯାଇଥିଲେ। ଆଉ ସହାୟତା ଲାଗି ସେ ନିଜ ବନ୍ଧୁମାନଙ୍କୁ ଜଙ୍ଗଲୀ ସ୍ୱର ବାହାର କରି ଡାକିଥିଲେ। ଯାହାକୁ ତାଙ୍କ ବନ୍ଧୁମାନେ ବୁଝିପାରିଥିଲେ ଓ ତାଙ୍କୁ ବଞ୍ଚାଇଥିଲେ। କୁହାଯାଏ ଏହାପରଠାରୁ ଲୋକେ ସିଟିଦ୍ୱାରା ଭାବର ଆଦାନ ପ୍ରଦାନ କରି ଆସୁଛନ୍ତି। ଲୋକେ ସାଧାରଣ ନାମରେ ନ ଡାକି ଅଲଗା ଅଲଗା ପ୍ରକାର ହ୍ୱିସିଲିଂ ଟ୍ୟୁନ୍‌ରେ ଡାକିଥାନ୍ତି। ଏହି ଗାଁରେ ପିଲାଟିଏ ଜନ୍ମ ହେଲେ ପ୍ରଥମରୁ ଏକ ସ୍ୱତନ୍ତ୍ର ହ୍ୱିସିଲିଂ ଟ୍ୟୁନ୍‌ ଦିଆଯାଇଥାଏ। ଏଠାରେ ୧୦୯ ପରିବାର ଓ ୬୨୭ ଲୋକ ବସବାସ କରିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe