ଖୋଲା ଝରକା: କଫିନ୍‌ର ଦେଶ

ଖୋଲା ଝରକା: କଫିନ୍‌ର ଦେଶ

NBC News

ମଣିଷର ମୃତ୍ୟୁ ହେବାପରେ ତାଙ୍କୁ ଏକ କଫିନ୍‌ ଭିତରେ ରଖାଯାଇଥାଏ। ଯାହାକୁ ଦେଖିବା ମାତ୍ରେ ଭୟ ଚାଲିଆସେ। କିନ୍ତୁ ଏମିତି ବି କଫିନ୍‌ ରହିଛି ଯାହାକୁ ଦେଖିଲେ ଅଜବ ଲାଗେ। ପଶ୍ଚିମ ଆଫ୍ରିକାସ୍ଥିତ ଘାନାରେ ଦେଖିବାକୁ ମିଳେ ଅଜବ କଫିନ୍‌। ସେମାନଙ୍କର ଷ୍ଟାଟସ୍‌କୁ ନଜରରେ ରଖି କଫିନ୍ ତିଆରି କରାଯାଇଥାଏ। ବିବିସିର ଏକ ରିପୋର୍ଟ ମୁତାବକ ଏଠାରେ ଅଜବ କଫିନ୍‌ ତିଆରି ପରମ୍ପରା କେଉଟ ସମ୍ପ୍ରଦାୟର ଲୋକଙ୍କଠାରୁ ଆସିଛି। ସେମାନେ ମୃତକଙ୍କ ପାଇଁ ମାଛ ଆକୃତିର କଫିନ୍‌ ତିଆରି କରୁଥିଲେ। ଏହାପରେ ବ୍ୟବସାୟୀମାନେ ଲକ୍‌ଜୁୁରି ମର୍ସିଡିଜ୍‌ କାର୍‌ ଆକୃତିର କଫିନ୍‌ ବ୍ୟବହାର କରିବା ଆରମ୍ଭ କରିଥିଲେ। ଏମିତି କି ଉଡ଼ାଜାହାଜ, ସିଂହ ଆଦି ବିଭିନ୍ନ ପ୍ରକାରର କଫିନ୍‌ ରହିଛି। ଏବେ ଘାନାରେ ଆହୁରି ଅନେକ ପ୍ରକାରର ଅଜବ କଫିନ୍‌ ଦେଖିବାକୁ ମିଳୁଛି। ବଜାରରେ ଏହି କଫିନ୍‌ର ମୂଲ୍ୟ ୭୦ ହଜାର ଟଙ୍କା ହେଉଥିବା ବେଳେ ବିଦେଶରେ ଏହାର ମୂଲ୍ୟ ୭ରୁ ୮ଗୁଣା ବଢ଼ିଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe