ଭିଟାମିନ୍ ‘ଇ’ରେ ଅନେକ ପ୍ରକାରର ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। ତେଣୁ ନିଜର ଦୈନଦିନ ଖାଦ୍ୟ ତାଲିକାରେ ଭିଟାମିନ୍ ‘ଇ’ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ। ସବୁଠାରୁ ଖାସ୍କଥା ହେଲା, ଏପରି ଖାଦ୍ୟ ଶରୀରରେ ଲାଲ ରକ୍ତକୋଷିକା ଗଠନ କରିଥାଏ। ଏହା ମଧ୍ୟ ଆଣ୍ଟିଅକ୍ସିଡାଣ୍ଟ୍ ପରି କାମ କରେ। ଭିଟାମିନ୍ ‘ଇ’ କେତେ ପରିମାଣରେ ଆଲର୍ଜି ଦୂର କରିବାରେ ସହାୟକ ହେଉଛି, ତାହା ଜାଣିବା ପାଇଁ ୟୁନିଭର୍ସିଟି ଅଫ୍ ଲଣ୍ଡନ୍ର ପୁଷ୍ଟିବିଜ୍ଞାନୀମାନେ ଏକ ଗବେଷଣା କରି ଏକଥା ଜାଣିପାରିଛନ୍ତି। ଆଲର୍ଜି ପରି ସମସ୍ୟା ସହ ଜଡ଼ିତ କେତେକ ନିୟମିତ ଭିଟାମିନ୍ ‘ଇ’ ଯୁକ୍ତ ଖାଦ୍ୟ ଖାଇବାକୁ ଦିଆଯାଇଥିଲା। ଅନ୍ୟପକ୍ଷରେ ନିୟମିତ ସମୟ ଅନ୍ତରାଳରେ ସେମାନେ ଆଲର୍ଜି ଦ୍ବାରା ଆକ୍ରାନ୍ତ ହେଉଛନ୍ତି କି ନାହିଁ, ତାହାକୁ ତନ୍ନ ତନ୍ନ କରି ନିରୀକ୍ଷଣ କରିଥିଲେ ବିଶେଷଜ୍ଞମାନେ। ଆଶ୍ଚର୍ଯ୍ୟଜନକ ଭାବରେ ସେମାନଙ୍କ ମଧ୍ୟରୁ କେତେକ ବ୍ୟକ୍ତିଙ୍କ ଶରୀରରେ ଆଲର୍ଜି ପରିମାଣ କମୁଥିବାର ଜଣାପଡ଼ିଥିଲା।
ଖୋଲା ଝରକା: ଆଲର୍ଜି ଆଶଙ୍କା କମାଏ ଭିଟାମିନ୍ ‘ଇ’
Advertisment
Follow Us