ଖୋଲା ଝରକା: ବିଜୁଳି ଝଡ଼

ଖୋଲା ଝରକା: ବିଜୁଳି ଝଡ଼

ଉତ୍ତରପଶ୍ଚିମ ଭେନିଜୁଏଲାର କାଟାଟୁମ୍ବୋ ନଦୀ ଓ ଏହାର ଆଖପାଖ ଅପନ୍ତରା ପାଟରେ ରାତି ପରେ ରାତି ବିଜୁଳି ଝଡ଼ ଚାଲିଥାଏ। ଦୈନିକ ୧୦ ଘଣ୍ଟା ଧରି ପ୍ରାୟ ୧୬୦ ଦିନ ଏହି ଝଡ଼ ହୁଏ। ଏଠାରେ ଘଣ୍ଟାକୁ ୨୮୦ ଥର ହିସାବରେ ବର୍ଷକୁ ୧ କୋଟି ୨୦ ଲକ୍ଷ ଥର ଘଡ଼ଘଡ଼ି ଓ ବିଜୁଳି ମାରେ। ଏହି ଝଡ଼ ୨୫୦ ମାଇଲ୍‌ ଦୂରକୁ ଦେଖା ଯାଉଥିବାରୁ ନାବିକଗଣ ଅନ୍ଧାର ରାତିରେ ଏହାକୁ ଲକ୍ଷକରି ଦିଗ ବାରନ୍ତି।

ଆହୁରି ଆଚମ୍ବିତ କଥା ହେଲା କାଟାଟୁମ୍ବୋ ନଦୀ ଯେଉଁଠି ଆଦିମ ହ୍ରଦ ମାରାକାଇବୋରେ ମିଶେ ଠିକ୍‌ ସେଠାକାର ଅପନ୍ତରା ଭୂଇଁ ଉପରେ ବିଜୁଳି ଝଡ଼ ହୁଏ। ଝଡ଼ର ରଙ୍ଗ ପ୍ରତି ରାତିରେ ଭିନ୍ନ ଭିନ୍ନ ହୋଇଥାଏ। ଏହାରରଙ୍ଗ ବାୟୁମଣ୍ଡଳରେ ଥିବା ଜଳୀୟ ଅଂଶ ଉପରେ ନିର୍ଭର କରେ। ଶୁଖିଲା ପାଗରେ ବିଜୁଳି ଧଳା ଦେଖାଯାଏ। ପବନରେ ଜଳୀୟ ଅଂଶ ରହିଲେ ଏହା ଲାଲ୍‌, ନାରଙ୍ଗୀ ଓ ବାଇଗଣି ଦେଖାଯାଏ। କାରଣ ଜଳକଣା ପ୍ରିଜମ୍‌ ଭଳି କାମ ଦିଏ। ସହସ୍ର ବର୍ଷ ହେଲା ଏଠାରେ ବିଜୁଳି ଝଡ଼ ହେଉଥିଲେମଧ୍ୟ ବିଜ୍ଞାନୀଗଣ ଏହାର ପ୍ରକୃତ କାରଣ ଜାଣନ୍ତି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe