ଖୋଲା ଝରକା: ଭୂତଳ ହୋଟେଲ୍‌

ଖୋଲା ଝରକା: ଭୂତଳ ହୋଟେଲ୍‌

ସାଙ୍ଘାଇରେ ଏପରି ୧୮ ମହଲା ବିଶିଷ୍ଟ ଏକ ହୋଟେଲ ଅଛି ଯାହାର ୧୬ ମହଲା ଭୂମି ତଳେ ପାଣିରେ ଥିବାବେଳେ କେବଳ ଦୁଇଟି ମହଲା ଭୂମି ଉପରେ ଅଛି। ଏହି ହୋଟେଲ୍‌ଟି ନିର୍ମାଣ ପାଇଁ ପ୍ରାୟ ୧୦ ବର୍ଷ ସମୟ ଲାଗିବା ସହ ପାଖାପାଖି ୨୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୮୮ମିଟର ଗଭୀର ଏହି ହୋଟେଲ୍‌କୁ ଇଣ୍ଟରକଣ୍ଟିନେଣ୍ଟାଲ ସାଙ୍ଘାଇ ୱଣ୍ଡର୍‌ଲ୍ୟାଣ୍ଡ୍‌ ଏବଂ ଶିମାଓ କ୍ବେରୀ ହୋଟେଲ୍‌ ନାମରେ ନାମିତ କରାଯାଇଛି। ନ୍ୟାସନାଲ୍‌ ଜିଓଗ୍ରାଫିକ୍‌ ଏହାକୁ ଏକ ସ୍ଥାପତ୍ୟ ଭାବରେ ନାମିତ କରିଛି। ଏହି ହୋଟେଲ୍‌କୁ ବ୍ରିଟିଶ୍‌ ସ୍ଥପତି ମାର୍ଟିନ୍‌ ଜୋକ୍‌ମ୍ୟାନ୍‌ ଡିଜାଇନ୍‌ କରିଛନ୍ତି।

ଏଠାରେ ଗୋଟିଏ ଦିନ ରହିବାକୁ ହେଲେ ଭାରତୀୟ ମୁଦ୍ରାରେ ୩୫ ହଜାର ଟଙ୍କା ଦେବାକୁ ପଡ଼ିବ। ଏହି ହୋଟେଲ୍‌କୁ ଯେଉଁଠାରେ ନିର୍ମାଣ କରାଯାଇଛି ସେଠାରେ ପୂର୍ବରୁ ଏକ ବିରାଟ ଗର୍ତ୍ତ ଥିଲା। ହୋଟେଲ୍‌କୁ ତିଆରି କରିବା ସମୟରେ ମାର୍ଟିନ୍‌ ସହର ଓ ପ୍ରକୃତି ମଧ୍ୟରେ ତାଳମେଳ ରଖିବାକୁ ଚେଷ୍ଟା କରିଥିଲେ। କ୍ବେରୀ ହୋଟେଲକୁ ଏଭଳି ଭାବେ ଡିଜାଇନ୍‌ କରାଯାଇଛି ଯେ, ପ୍ରତ୍ୟେକ କୋଠରିରେ ଆପଣଙ୍କୁ ଜଳପ୍ରପାତର ଦୃଶ୍ୟ ଦେଖିବାକୁ ମିଳିବ। ଏଠାରେ ୩୩୬ଟି ରୁମ୍‌, ରେସ୍ତୋରାଁ ଓ ବାର୍‌ ଆଦି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe