ଛୋଟବେଳେ କିଛି ପିଲାଙ୍କୁ ମାଟି ଖାଇବାକୁ ଭଲ ଲାଗେ। ସେମିତି ଜଣେ ବୟସ୍କ ବ୍ୟକ୍ତି ସବୁଦିନ ପଥର ଖାଉଛନ୍ତି। ପ୍ରାୟ ୩୧ ବର୍ଷ ହେବ ପ୍ରତିଦିନ ସେ ୨୫୦ ଗ୍ରାମ୍ର ପଥର ଖାଇ ଆସୁଛନ୍ତି। ସେ ହେଉଛନ୍ତି ୮୦ ବର୍ଷୀୟ ରାମଭାଉ ବୋଡକେ। ମହାରାଷ୍ଟ୍ରର ସତାରରେ ତାଙ୍କ ଘର। ଏହି ପଥର ଖିଆ ଅଭ୍ୟାସ ପାଇଁ ତାଙ୍କୁ ଗାଁରେ ‘ପଥର ବାବା’ ବୋଲି ମଧ୍ୟ କୁହନ୍ତି। ତେବେ ଏଭଳି ଅଭ୍ୟାସ ପଛରେ ଏକ କଥା ରହିଛି। ସେ ମୁମ୍ବାଇ କାମ ଖୋଜିବାକୁ ଯାଇଥିଲେ। ସେଠାରେ ତାଙ୍କ ହଠାତ୍ ପେଟରେ ଯନ୍ତ୍ରଣା ହେଲା। ତିନି ବର୍ଷ ପର୍ଯ୍ୟନ୍ତ ଏହାର ଚିକିତ୍ସା କରାଇଲେ। କିନ୍ତୁ ଯନ୍ତ୍ରଣା କମିଲା ନାହିଁ। ଏହାପରେ ପୁଣି ଥରେ ଗାଁକୁ ଫେରି ଆସିଲେ। ଆଉ ଚାଷବାସ କଲେ। ଗାଁରେ ରହୁଥିବା ଜଣେ ବୃଦ୍ଧା ରାମଭାଉଙ୍କ ଅବସ୍ଥା ଦେଖି ତାଙ୍କୁ ପଥର ଖାଇବାକୁ ପରାମର୍ଶ ଦେଲେ। ଏହା ପରେ ତାଙ୍କ ପେଟ ଯନ୍ତ୍ରଣା କମିଲା। ସେବେଠାରୁ ସେ ପଥର ଖାଇବା ଜାରି ରଖିଛନ୍ତି। ତାଙ୍କ ପାଖରେ ସବୁବେଳେ ବଡ଼ ଓ ଛୋଟ ପଥର ରହିଥାଏ।
ଖୋଲା ଝରକା: ୩୧ ବର୍ଷ ହେବ ଖାଉଛନ୍ତି ଗୋଡ଼ି ପଥର
Advertisment
Follow Us