ଖୋଲା ଝରକା: ଛୋଟ ଗର୍ତ୍ତରେ ଅଧାନଦୀର ପାଣି

ଖୋଲା ଝରକା: ଛୋଟ ଗର୍ତ୍ତରେ ଅଧାନଦୀର ପାଣି

parkrapidsenterprise.com

ବିଶ୍ବରେ ଏଭଳି ଏକ ସ୍ଥାନ ଅଛି, ଯେଉଁଠାରେ ଅଧା ନଦୀର ପାଣି ଏକ ଛୋଟ ଗର୍ତ୍ତରେ ରହିଯାଏ। କିନ୍ତୁ ଏକ ଛୋଟ ଗର୍ତ୍ତରେ କି ଭଳି ରହିଯାଏ ତାହାର ରହସ୍ୟ ଆଜି ପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ଏହି ରହସ୍ୟମୟ ଗର୍ତ୍ତଟି ଆମେରିକାଠାରେ ଏକ ଝରଣାରେ ରହିଛି। ଏହି ଗର୍ତ୍ତ ‘ଦି ଡେଭିଲ୍‌ସ କେଟଲ୍‌’ ବା ‘ସଇତାନ୍‌ର ପାତ୍ର’ ଭାବରେ ଜଣାଶୁଣା। କିନ୍ତୁ ଆଜି ପର୍ଯ୍ୟନ୍ତ ବୈଜ୍ଞାନିକମାନେ ଏହାର ରହସ୍ୟ ଜାଣିପାରି ନାହାନ୍ତି ଯେ ଏହି ଅବଶୋଷିତ ଜଳ ଶେଷରେ କେଉଁଆଡ଼େ ଯାଏ।

ଏହି ସ୍ଥାନ ଆମେରିକାର ‘ସୁପେରିୟର୍‌ ହ୍ରଦ’ର ଉତ୍ତର ଦିଗରେ ଥିବା ମିନେସୋରାସ୍ଥିତ ଜଜ୍‌ ସି.ଆର୍‌ ମ୍ୟାଗ୍‌ନେସି ପାର୍କରେ ରହିଛି। ଏହି ଗର୍ତ୍ତକୁ ନେଇ ଲୋକମାନଙ୍କ ମନରେ କୌତୂହଳ ଜାତ ହୋଇଥାଏ। ଏହି ଝରଣାଟି ବ୍ରୁଲ୍‌ ନଦୀର ଏକ ସ୍ରୋତ। ଜଙ୍ଗଲ ରାସ୍ତା ଦେଇ ଝରଣାର ପାଣି ଏକ ସଂକୀର୍ଣ୍ଣ ପଥର ରାସ୍ତା ଦେଇ ବେଶ୍‌ ଅଧିକ ଉଚ୍ଚରୁ ତଳକକୁ ଖସି ଗେ‌ାଟିଏ ଗର୍ତ୍ତରେ ପ୍ରବେଶ କରେ। କିନ୍ତୁ ତା’ ପରେ ଏହି ଜଳ କେଉଁଠାକୁ ଯାଏ ତାହା ଆଜି ପର୍ଯ୍ୟନ୍ତ ଜଣା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe