ଖୋଲା ଝରକା: ବରଫ ଆଗ୍ନେୟଗିରି

ଖୋଲା ଝରକା: ବରଫ ଆଗ୍ନେୟଗିରି

କାଜାଖସ୍ତାନ୍‌ର ଆଲ୍‌ମାଟି କ୍ଷେତ୍ର ଏବେ ବରଫର ମୋଟା ଚାଦର ଦ୍ବାରା ଆବୃତ୍ତ ହୋଇଛି। ଏହି ଜଟିଳ ସ୍ଥିତି ବି ଲୋକଙ୍କୁ ସେଠାକୁ ଯିବାରୁ ଅଟକାଇ ପାରିନାହିଁ। ତା’ର କାରଣ ଏଠାରେ ସୃଷ୍ଟ ଏକ ‘ବରଫ ଆଗ୍ନେୟଗିରି’, ଯାହା ଏବେ ବିଶ୍ବବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ୪୫ ଫୁଟ ଉଚ୍ଚ ଏହି ବରଫ ଗଦା ଏକ ଭୂତଳ ଝରଣା ଉପରେ ସୃଷ୍ଟି ହୋଇଛି। ଏଥିରୁ ଏବେ ବି ଜଳ ନିର୍ଗତ ହେଉଛି, ଯାହା ସଙ୍ଗେସଙ୍ଗେ ବରଫରେ ରୂପାନ୍ତରିତ ହେଉଛି ଏବଂ କୋନ୍‌ ଡିଜାଇନ୍‌ର ରୂପ ନେଉଛି।

ଗତ ବର୍ଷ ଅପେକ୍ଷାକୃତ ଏକ ଛୋଟ ବରଫ ଆଗ୍ନେୟଗିରି ଏହି ଅଞ୍ଚଳରେ ସୃଷ୍ଟି ହୋଇଥିଲା। କିନ୍ତୁ ସ୍ଥାନୀୟ ଲୋକେ କହୁଛନ୍ତି, ବରଫ ଆଗ୍ନେୟଗିରି ହେଉଛି ପ୍ରଥମ, ଯାହାର ଶୀର୍ଷରୁ ଲଗାତାର ଜଳ କଣିକା ବିଚ୍ଛୁରିତ ହେଉଛି। ଏହା ଠିକ୍‌ ଏକ ଲାଭାପୂର୍ଣ୍ଣ ଆଗ୍ନେୟଗିରିିରୁ ନିର୍ଗତ ଧୂଆଁ ଭଳି ଦିଶୁଛି। ଏହି ବରଫ ଆଗ୍ନେୟଗିରିରୁ ଲଗାତାର ଯେଉଁ ଜଳକଣା ନିର୍ଗତ ହେଉଛି, ତାହା ତଳେ ପଡ଼ିବା ମାତ୍ରେ ବରଫରେ ରୂପାନ୍ତରିତ ହେଉଛି। ତେବେ ଖରାଦିନେ ଏ ସମଗ୍ର ଅଞ୍ଚଳ ଝରଣା ପାଣି ପାଇ ସବୁଜ ପରିବା ଗଛ ଦ୍ବାରା ଆବୃତ୍ତ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe