ଖୋଲା ଝରକା: ଅନୁବାଦ କରିବ ଚଷମା

ଖୋଲା ଝରକା: ଅନୁବାଦ କରିବ ଚଷମା

କିଛି ନୂଆ ଶବ୍ଦ ଖୋଜିବାପାଇଁ ଡିକ୍ସିନାରି ଦେଖିବାକୁ ପଡ଼ିଥାଏ। ଜାପାନର ଜଣେ ବୈଜ୍ଞାନିକ ଏଭଳି ଚଷମା ତିଆରି କରିଛନ୍ତି ଯାହା ଅଜଣା ଶବ୍ଦକୁ ଅନୁବାଦ କରିବାରେ ସକ୍ଷମ। ଚଷମାଟି ଶବ୍ଦକୁ ଅନୁବାଦ କରି ତା’ର ଅନୂଦିତ ରୂପ ପ୍ରସ୍ତୁତ କରିଥାଏ। କମ୍ପାନି ଅନୁସାରେ ଏହି ଟେକ୍‌ନିକ୍‌କୁ ଜାପାନର ଇଲେକ୍ଟ୍ରାନିକ୍‌ ‌ଶୋ ସିଚୈକ୍‌ ୨୦୧୩ରେ ପ୍ରଦର୍ଶିତ କରାଯାଇଥିଲା। ଏପରି ସ୍ମାର୍ଟ ଚଷମା ପର୍ଯ୍ୟଟକଙ୍କ ପାଇଁ ବହୁତ କାମରେ ଆସିବ। କାରଣ ଏହାଦ୍ବାରା ପର୍ଯ୍ୟଟକ ବିଦେଶ ଯାଇଥିବାବେଳେ ସେଠାକାର ହୋଟେଲର ମେନ୍ୟୁକୁ ଏହି ଚଷମା ସାହାଯ୍ୟରେ ସହଜରେ ପଢ଼ି ବୁଝିପାରି‌େବ।

ଏହି ଗ୍ଲାସେସ୍‌ ସାହାଯ୍ୟରେ ଜାପାନି, ଇଂରାଜି, ଚାଇନା, କୋରିଆ ଭାଷା ଅନୁବାଦ କରିହୁଏ। ଅନୁବାଦ ପାଇଁ ୫ ସେକେଣ୍ଡ୍‌ ସମୟ ଲାଗିଥାଏ। ଏହା ବହୁ ଉପକାରୀ ହେଲେ ମଧ୍ୟ କମ୍ପାନି ଅନୁସାରେ ଏଥିରେ ଥିବା ସମସ୍ୟାଗୁଡ଼ିକ ହେଉଛି ଏହାର ଆକାର, ଓଜନ ଓ ବ୍ୟାଟେରି ଲାଇଫ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe