ଖୋଲା ଝରକା: ମଣିଷ ଖତ

ଖୋଲା ଝରକା: ମଣିଷ ଖତ

ନେଦରଲ୍ୟାଣ୍ଡସ୍‌ର ‘ଲୁପ୍‌ ବାୟୋଟେକ୍‌’ କମ୍ପାନି ଅନ୍ତ୍ୟେଷ୍ଟିକ୍ରିୟା ଲାଗି ଏକ ନୂଆ ତଥା ନିଆରା କଫିନ୍‌ ତିଆରି କରିଛି। ଯାହା କି କାଠରେ ନୁହେଁ, ବରଂ ତିଆରି ହୋଇଛି ଫଙ୍ଗସ୍‌‌େର। ଏହାକୁ କମ୍ପାନି ‘ବାୟାଡିଗ୍ରେଡେବଲ୍‌ କଫିନ୍‌’ ବୋଲି କହିଛି। କମ୍ପାନି ଏହାର ନାଁ ରଖିଛି ‘ଇକୋଫ୍ରେଣ୍ଡ୍‌ଲି ଡେଥ୍‌ ବେଡ୍‌’। ଅର୍ଥାତ୍‌ ଏହା ହେଉଛି ପରିବେଶ ଅନୁକୂଳ ମୃତ୍ୟୁଶଯ୍ୟା। ଏହି କଫିନ୍‌ରେ ଶବ ସଂସ୍କାର କରିବା ଦ୍ବାରା ମୃତ ଶରୀର ଖୁବ୍‌ କମ୍‌ ସମୟ ମଧ୍ୟରେ ଖତରେ ରୂପାନ୍ତରିତ ହୋଇଥାଏ।

କମ୍ପାନି ଏହାକୁ ମାଇସିଲିୟନ୍‌ ଫଙ୍ଗସ୍‌ର ଉପଯୋଗରେ ତିଆରି କରିଛି। କଫିନ୍‌ରେ ମୃତ ଶରୀର ବିଘଟନ ପ୍ରକ୍ରିୟା ୬ ସପ୍ତାହ ମଧ୍ୟରେ ଆରମ୍ଭ ହୋଇଥାଏ। ଆଉ ଏହା ସମ୍ପୂର୍ଣ୍ଣ ଭାବେ ଦୁଇରୁ ତିନିବର୍ଷ ମଧ୍ୟରେ ବିଘଟନ ହୋଇ ଖତରେ ପରିଣତ ହୋଇଥାଏ। ଅନ୍ୟପଟେ କମ୍ପାନି ୮୨ ବର୍ଷିୟା ଜଣେ ମୃତ ମହିଳାଙ୍କ ଉପରେ ଏହାର ପରୀକ୍ଷା ମଧ୍ୟ କରିଥିବା ଜଣାପଡ଼ିଛି। ଏହି ଖତ ଗଛଲତା ଲାଗି ପୋଷକତତ୍ତ୍ବ ଭାବେ କାମରେ ଆସିବ। ତେବେ ଏହା ଦେଖିବାକୁ ସାଧାରଣ କଫିନ୍‌ ସଦୃଶ ହୋଇଥିବା ବେଳେ ଏହାର ରଙ୍ଗ କଳା ବା ପାଉଁଶିଆ। ସେହିପରି ଏହା କାଠ କଫିନ୍‌ଠାରୁ ହାଲୁକା। ଏହା କିନ୍ତୁ ୨୦୦ କେଜି ପର୍ଯ୍ୟନ୍ତ ଓଜନ ଧାରଣ କରିବାକୁ ସକ୍ଷମ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe