ଖୋଲା ଝରକା : ମାଉସ୍‌ ଡିଅର୍‌

ଖୋଲା ଝରକା : ମାଉସ୍‌ ଡିଅର୍‌

କିଛି ଜୀବଜନ୍ତୁ ଦେଖିବାକୁ ବିଚିତ୍ର । ସେମିତି ଏକ ବିରଳ ପ୍ରଜାତିର ହରିଣ ଦେଖାଯାଇଥାଏ। ଯାହା ହରିଣ ହୋଇଥିଲେ ଦେଖିବାକୁ ମୂଷା ଭଳି। ଏହି ପ୍ରଜାତିର ହରିଣ ‘ମାଉସ୍‌ ଡିଅର’ ଭାବେ ଜଣାଶୁଣା। ତେବେ ଏହି ବିରଳ ପ୍ରଜାତିର ହରିଣ ଲୁପ୍ତ ହେବା ଅବସ୍ଥାରେ। ଆଗପଟୁ ଏହି ହରିଣଟି ପୂରା ପୁରି ମୂଷା ଭଳି ଦେଖାଯାଇଥାଏ। ଏହାର ପିଠିର ଉପରି ଭାଗରେ ରୁପା ଭଳି ରଙ୍ଗ ରହିଛି। ରିପୋର୍ଟ ଅନୁଯାୟୀ ଏହି ବିରଳ ପଶୁଟି ଭିଏତ୍‌ନାମ୍‌ର ଉତ୍ତର ପଶ୍ଚିମ ଜଙ୍ଗଲରେ ଦେଖିବାକୁ ମିଳିଛି। ଏହି ପଶୁଙ୍କ ବିଷୟରେ ପ୍ରଥମେ ୧୯୧୦ରେ ଜଣାପଡ଼ିଥିଲା। ତେବେ ୧୯୯୦ ପରେ ଏହି ପ୍ରଜାତି ପଶୁ ବିଷୟରେ କିଛି ଜଣାନଥିବାରୁ ଏହାକୁ ବିଲୁପ୍ତ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ଏବେ ଦକ୍ଷିଣ ପୂର୍ବ ଏସିଆରେ ସେମାନଙ୍କର ଅବସ୍ଥିତି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe