ନୂଆ ସମୟ ନୂଆ କଥା : ନକ୍ଷତ୍ରପୁଞ୍ଜ ସୃଷ୍ଟିରେ ବାଧକ ବ୍ଲାକ୍‌ହୋଲ୍‌ ଏବଂ ଷ୍ଟାର୍‌ ନୋଜ୍‌ଡ ମୋଲ୍‌

ନୂଆ ସମୟ ନୂଆ କଥା : ନକ୍ଷତ୍ରପୁଞ୍ଜ ସୃଷ୍ଟିରେ ବାଧକ ବ୍ଲାକ୍‌ହୋଲ୍‌ ଏବଂ ଷ୍ଟାର୍‌ ନୋଜ୍‌ଡ ମୋଲ୍‌

Futura-Sciences

କ୍ଷୁଦ୍ର ନ‌କ୍ଷତ୍ରପୁଞ୍ଜ କେନ୍ଦ୍ରରେ ସ୍ଥିତ ଅତି ବିଶାଳ ବ୍ଲାକହୋଲ୍‌ଗୁଡ଼ିକରୁ ନିର୍ଗତ ଶକ୍ତିଶାଳୀ ପବନ ନ‌କ୍ଷତ୍ରପୁଞ୍ଜଗୁଡ଼ିକର ବୃଦ୍ଧି ଉପରେ ପ୍ରଭାବ ପକାଏ। ସେତିକି ନୁହେଁ, ଏହାଦ୍ବାରା ନକ୍ଷତ୍ର ସୃଷ୍ଟିରେ ମଧ୍ୟ ବାଧା‌ ଉପୁଜେ। ଆମେରିକାର କାଲିଫର୍ଣ୍ଣିଆ ରିଭରସାଇଡ୍‌ ୟୁନିଭର୍ସିଟିର ଗବେଷକମାନେ ସ୍ଲୋନ୍‌ ଡିଜିଟାଲ୍‌ ସ୍କାଇ ସର୍ଭେରୁ ତଥ୍ୟ ନେଇଥିଲେ, ଯାହା ୫୦ଟି କ୍ଷୁଦ୍ର ନ‌କ୍ଷତ୍ରପୁଞ୍ଜ ଅନ୍ବେଷଣ ଭିତରେ ୩୫ଟିରେ ବ୍ଲାକ୍‌ହୋଲ୍‌ ସଙ୍କେତ ଚିହ୍ନଟ କରିଛି। ୨୯ ମଧ୍ୟରୁ ୬ ନ‌କ୍ଷତ୍ରପୁଞ୍ଜରେ ଥିବା ସକ୍ରିୟ ବ୍ଲାକ୍‌ହୋଲ୍‌ କେନ୍ଦ୍ରରୁ ଶକ୍ତିଶାଳୀ ପବନ ନିର୍ଗତ ହେବାର ପ୍ରମାଣ ଗବେଷକମାନେ ପାଇଛନ୍ତି। ଜ୍ୟୋତିର୍ବିଜ୍ଞାନୀମାନେ ପ୍ରଥମେ ଏହି ପବନର ବିଶିଷ୍ଟ ଗୁଣକୁ ମାପିଛନ୍ତି। ନ‌କ୍ଷତ୍ରପୁଞ୍ଜ ସୃଷ୍ଟି ଓ ବୃଦ୍ଧି ଉପରେ ଏହି ପବନ ବିପରୀତ ପ୍ରଭାବ ପକାଇବାରେ ସମର୍ଥ ବୋଲି ଅଧ୍ୟୟନର ମୁଖ୍ୟ ଗାବ୍ରିଲା କାନାଲିଜୋ କହିଛନ୍ତି।

publive-image Wix.com

ଷ୍ଟାର୍‌ ନୋଜ୍‌ଡ ମୋଲ୍‌
ଏହି ଜୀବଟିର ନାଁ ଟି ବେଶ୍‌ କୌତୁକିଆ। ‘‘ତାରାନାକୁଆ ଚୁଚୁନ୍ଦ୍ରା’’ ନାଁରୁ ହିଁ ଜାଣିହୁଏ ସେ କେତେ ଅଜବ ହୋଇଥିବ। ଏହି ପ୍ରାଣୀର ମୁହଁଟି ବେଶ୍‌ ଅଜବ। ଏହି ପ୍ରାଣୀର ମୁହଁଟି ଦେଖିବାକୁ ଏକ ଫୁଲ ଭଳି। ଏହାର ଏକ ଖାସ୍‌ ଗୁଣ ରହିଛି। ସେ ଏହି ଅଦ୍ଭୁତ ମୁହଁ ସାହାଯ୍ୟରେ ପ୍ରତି ସେକେଣ୍ଡ୍‌ରେ ୧୩ଟି ଶିକାରର ଚିହ୍ନଟ କରିପାରେ। ଏତିକି ସମୟରେ ଗୋଟେ ମଣିଷ ମାତ୍ର ଜଣେ କିମ୍ବା ଦୁଇଜଣଙ୍କୁ ଅନେକ କଷ୍ଟରେ ଚିହ୍ନିପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe