୯୯ ମିଟର ଉଚ୍ଚ କାଠର ପ୍ରାସାଦ

୯୯ ମିଟର ଉଚ୍ଚ କାଠର ପ୍ରାସାଦ

China & Asia Cultural Travel

ଚୀନ୍‌ ଦେଶରେ ଥିବା ଗୁଇଝାଓ ପ୍ରଦେଶର ୟିଙ୍ଗ୍‌ସାନ୍‌ ସହରରେ ୯୯.୯ ମିଟର ଉଚ୍ଚ ବିଶିଷ୍ଟ ଏକ ପ୍ରାସାଦ ରହିଛି। ଯାହା ସମ୍ପୂର୍ଣ୍ଣ କାଠରେ ତିଆରି। ସେହି ବିଶାଳକାୟ ପ୍ରାସାଦକୁ ତିଆରି କରିବାରେ କାରିଗରଙ୍କୁ ପ୍ରାୟ ଦୁଇବର୍ଷ ସମୟ ଲାଗିଥିଲା। ବିଶ୍ବରେ ଅନେକ କାଠରେ ନିର୍ମିତ ପ୍ରାସାଦ ରହିଛି କିନ୍ତୁ ଏହି ପ୍ରାସାଦ ଅଧିକ ଉଚ୍ଚ ହୋଇଥିବା କାରଣରୁ ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲ୍ଡ ରେକର୍ଡରେ ସାମିଲ କରାଯାଇଛି। ପ୍ରାସାଦ ତିଆରି କରିବାରେ ଦେବଦାରୁ ଓ ପାଇନ୍‌ ଗଛର କାଠ ବ୍ୟବହାର ହୋଇଥିଲା। ଏହା ୨୪ ମହଲା ବିଶିଷ୍ଟ। ପ୍ରାସାଦରେ ମୋଟ୍‌ ୧୫୦ଟି ଗୃହ ରହିଛି। ପ୍ରାସାଦର ତଳ କୋଠରିରେ ଥିବା ଛଅଟି କାନ୍ଥ କାଠରେ ତିଆରି ହୋଇଛି। ଏହା ସହିତ ଏହି ପ୍ରାସାଦ ପ୍ରକୃତି ଅନୁକୂଳ ଅଟେ। ତେବେ ଏହି ପ୍ରାସାଦଟିରେ ରହିବା ପାଇଁ ସରକାର ଏପର୍ଯ୍ୟନ୍ତ କାହାକୁ ଅନୁମତି ଦେଇନାହାନ୍ତି। ପ୍ରତ୍ୟେକ ଦିନ ପ୍ରାୟ ୨ ହଜାରରୁ ଅଧିକ ପର୍ଯ୍ୟଟକ ଏହି ପ୍ରାସାଦକୁ ଦେଖିବାକୁ ଆସୁଛନ୍ତି।

ବିଳମ୍ବରେ ଉଠୁଥିଲେ

publive-image Alamy

ପ୍ରତିଦିନ ଭୋର୍‌ ସମୟରେ ଉଠିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ହେଲେ ଏପରି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ରାତିରେ ଡେରିରେ ଶୋଇଥାନ୍ତି ଓ ସକାଳୁ ବହୁତ ବିଳମ୍ବରେ ଉଠିଥାନ୍ତି। କେତେକଙ୍କର ଏହା ଏକ ଅଭ୍ୟାସରେ ପରିଣତ ହୋଇଯାଇଥାଏ। କାଲିଫର୍ନିଆ ବିଶ୍ବବିଦ୍ୟାଳୟ ଦ୍ବାରା ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଯେଉଁମାନେ ପ୍ରତିଦିନ ସକାଳେ ଡେରିରେ ଉଠିଥାନ୍ତି, ସେମାନଙ୍କ ମସ୍ତିଷ୍କ ଓ ତାଙ୍କ କାର୍ଯ୍ୟାଧାରା ଉପରେ ଏହା ନକାରାତ୍ମକ ପ୍ରଭାବ ପକାଇଥାଏ।

ପ୍ରକ‌ାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ବିଳମ୍ବରେ ଉଠିବା ଅଭ୍ୟାସରେ ପରିଣତ ହୋଇଗଲେ ଶରୀରରେ ଆମ୍‌ଲଏହ୍ ନାମକ ଏକ ପ୍ରୋଟିନ୍‌ର ମାତ୍ରା ଆମ ମସ୍ତିଷ୍କରେ ବୃଦ୍ଧିପାଏ, ଯାହା ଭବିଷ୍ୟତରେ ଆଲର୍ଜିମର୍ସର ରୂପ ନେଇପାରେ। ଏତଦ୍‌ବ୍ୟତୀତ ମସ୍ତିଷ୍କ ଏବଂ ଏହା ସହ ସଂଶ୍ଲିଷ୍ଟ ହୋଇ ରହିଥିବା ସ୍ନାୟୁଗୁଡ଼ିକ ଶରୀର ପାଇଁ ଆବଶ୍ୟକ ମାତ୍ରାର କାର୍ଯ୍ୟ କରିବାର କ୍ଷମତା ବି ହରାଇ ବସନ୍ତି। ଏହା ସହ ସ୍ମରଣଶକ୍ତି ବି ଧୀରେ ଧୀରେ କମିଯିବାର ଯଥେଷ୍ଟ ଆଶଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe