ସମୁଦ୍ର ଭିତରର ଦୁନିଆ ଖୁବ୍ ସୁନ୍ଦର। ଏହାକୁ ଉପଭୋଗ କରିବାକୁ ହେଲେ ସମୁଦ୍ର ଭିତରକୁ ଯିବାକୁ ପଡ଼ିଥାଏ। କେବଳ ସ୍କୁବା ଡାଇଭିଂ ଜାଣିଥିବା ମଣିଷ ହିଁ ତା’ ଭିତରକୁ ଯାଇପାରେ। ରୁଷିଆର ଓଲ୍ଗା ବେଲ୍କା ଯେ କି ଜଣେ ସ୍କୁବା ଡାଇଭିଂ ଟ୍ରେନର୍ ସହ ଚିତ୍ରଶିଳ୍ପୀ, ଲୋକଙ୍କୁ ସମୁଦ୍ର ଭିତରର ସେଇ ସୌନ୍ଦର୍ଯ୍ୟ ଦେଖାଇବାକୁ ଚାହିଁଥିଲେ। ଆଉ ସମୁଦ୍ର ଭିତରକୁ ଡାଇଭିଂ କରି ଯାଇ ପାଣି ଭିତରେ ପେଣ୍ଟିଂ କରିବା ଆରମ୍ଭ କରିଥିଲେ। ତାଙ୍କ ସହ ସେ ସେନିଆ ଗଲାଟାଙ୍କୁ ବି ନେଇ ଯାଆନ୍ତି। ଉଭୟେ ଅକ୍ସିଜେନ୍ ଟ୍ୟାଙ୍କ୍ ସାହାଯ୍ୟରେ ପାଣି ଭିତରେ ଘଣ୍ଟା ଘଣ୍ଟା ରହନ୍ତି।
ମଡେଲ ସେନିଆ ପାଣି ଭିତରେ ଜଳ ଜୀବ ଓ ଜଳଜ ଉଦ୍ଭିଦଙ୍କ ଭିତରେ ପୋଜ୍ ଦେଇ ରହନ୍ତି ଓ ଓଲ୍ଗା ସେ ଦୃଶ୍ୟକୁ ଦେଖି ପେଣ୍ଟିଂ କରିବା ପାଇଁ ୨-୩ ଘଣ୍ଟା ସମୟ ଲାଗିଯାଏ। ଆଉ ଏହି ମାଷ୍ଟର ପିସ୍ ପେଣ୍ଟିଂଗୁଡ଼ିକୁ ଦେଖି ଲୋକେ ପାଣି ଭିତର ଦୁନିଆର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରନ୍ତି। ତାଙ୍କ ପେଣ୍ଟିଂଗୁଡ଼ିକ ୩୦୦୦ ଡଲାରରେ ବିକ୍ରି ହୋଇଥାଏ। ଆଉ ଯଦି କେହି ଓଲ୍ଗାଙ୍କୁ ପାଣି ଭିତରେ ପେଣ୍ଟିଂ କରୁଥିବାର ଦେଖିବାକୁ ଚାହାନ୍ତି ତେବେ ତାଙ୍କୁ ୧୦୦ ଡଲାର ଖର୍ଚ୍ଚ କରିବାକୁ ହୁଏ।
ବବଲ୍ ହାଉସ୍
The Spacesବବଲ୍ ହାଉସ୍’ ବା ‘ପାଲେସ୍ ବ୍ୟୁଲ୍ସ’ ନାମରେ ଏହି ଘର ପରିଚିତ। ଫ୍ରାନ୍ସର କାନ୍ସ ନିକଟରେ ଥିବା ଥିଓଲ-ସୁର-ମେର୍ରେ ପାଣି ଫୋଟକା ସଦୃଶ ଏହି ବବଲ୍ ହାଉସ୍ ଦେଖିବାକୁ ମିଳେ। ଏହି ଅଜବ ପ୍ରକାରର ଘରକୁ ଡିଜାଇନ୍ କରିଛନ୍ତି ହଙ୍ଗେରୀରେ ଆର୍କିଟେକ୍ଟ ଆଣ୍ଟି ଲୋଭାଗ। କଲୋନୀ ପରି ଲାଗୁଥିବା ଏହି ବବଲ୍ ଘରଗୁଡ଼ିକୁ ତିଆରି କରିବା ପାଇଁ ୧୯୭୫ରୁ ୧୯୮୯ ପର୍ଯ୍ୟନ୍ତ ସମୟ ଲାଗିଥିଲା। ପ୍ରଥମେ ଏହି ଘରକୁ ଫ୍ରାନ୍ସ୍ର ଜଣେ ଇଣ୍ଡଷ୍ଟ୍ରିଆଲିଷ୍ଟ୍ଙ୍କ ପାଇଁ ତିଆରି କରାଯାଇଥିଲା।
କିନ୍ତୁ ଫ୍ୟାଶନ୍ ଡିଜାଇନର୍ ପିଏରେ କାର୍ଡେନ ଏହାକୁ ହଲିଡେ ହୋମ୍ଭାବେ କିଣି ନେଇଥିଲେ। ୧୨୦୦ ବର୍ଗ ମିଟର ପରିମିତ ଅଞ୍ଚଳରେ ଥିବା ଏହି ବବଲ୍ ହାଉସ୍ରେ ପାନାରୋମିକ ଲାଉଞ୍ଜ୍, ୫୦୦ ସିଟ୍ ବିଶିଷ୍ଟ ମୁକ୍ତ ଆକାଶ ଅାମ୍ଫିଥିଏଟର୍, ୧୦ଟି ବେଡରୁମ୍ ଅନେକ ସୁଇମିଂ ପୁଲ୍ ଓ ୱାଟରଫଲ୍ ରହିଛି।
Follow Us